ମହିଳାଙ୍କୁ ହତ୍ୟା, ଡ୍ରାଇଭର ଅଟକ

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)୧୨।୧୦: ଗୋଶାଣୀନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥ (ଶିଶୁ ମଙ୍ଗଳ କମିଟି ସଦସ୍ୟା)ଙ୍କୁ ହତ୍ୟା କରାଯାଇଛି। ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ଉକ୍ତ ଘରେ ରହୁଥିବା କାର ଡ୍ରାଇଭର ତାଙ୍କ ମୁଣ୍ଡ ପଛ ପଟକୁ ପିଟି ପିଟି ହତ୍ୟା କରିଛନ୍ତି। ତେବେ ଅପରାଧୀ ଜଣକ ଘଟଣା ସ୍ଥଳରୁ ଚମ୍ପଟ ହୋଇଯାଇଛନ୍ତି । ଖବର ପାଇ ଘଟଣା ସ୍ଥଳେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ ପହଁଞ୍ଚି ମୃତଦେହ ଜବତ କରିଛି। ଗୁରୁବାର ସକାଳେ ପୋଲିସ ଓ ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଘଟଣାର ଖୋଳତାଡ କରୁଛି । ପୋଲିସ ଡ୍ରାଇଭରଙ୍କୁ କାବୁ କରି ଥାନାରେ ଅଟକ ରଖିଛି। ସୌଦାମିନୀଙ୍କୁ କାହିଁକି ତାଙ୍କ ଡ୍ରାଇଭର ଏଭଳି ଭାବେ ଆକ୍ରମଣ କରିଥିଲେ ସେ ଦିଗରେ ପୋଲିସ ତଦନ୍ତ କରୁଥିବା କହିଛି।
ମିଳିଥିବା ସୂଚନା ଅନୁଯାୟୀ, ସୌଦାମିନୀ ଅରୁଣା ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦିକା ଥିବାବେଳେ ସେ ବୁଧବାର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେ ରାତିରେ ଘରକୁ ପେରିଥିଲେ। ଉକ୍ତ ଡ୍ରାଇଭର ଜଣଙ୍କ ସୌଦାମିନିଙ୍କ ଘରୁ ଚୋରି କରୁଥିବା ସେ ଦେଖିବାକୁ ପାଇଥିଲେ। ଏନେଇ ସେ ଫୋନ କରି କାହାକୁ କହୁଥିବା ବେଳେ ଡ୍ରାଇଭର ତାଙ୍କ ପଛପଟୁ ପିଟିପିଟି ହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହେଉଛି।

Share