ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ

ଯାଜପୁରରୋଡ଼,୨୦ା୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର କପିଳେଶ୍ୱର କଲୋନୀର ଏକ ଭଡାଘରୁ ସୁରେନ୍ଦ୍ର ଖିଲାର (୩୦)ଙ୍କ ଗଳିତ ମୃତଦେହ ପୋଲିସ ଗତ ବୁଧବାର ଜବତ କରିଥିଲା। ସୁରେନ୍ଦ୍ରଙ୍କ ପରିବାର ଲୋକ ଏନେଇ ପୋଲିସ ନିକଟରେ ହତ୍ୟା ଅଭିଯୋଗ ଆଣିଥିଲେ । ଏନେଇ ସୁରେନ୍ଦ୍ରଙ୍କ ଭାଇ ରମେଶ ଖିଲାର ଯାଜପୁରରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି  । ପୋଲିସ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତକୁ ଆଧାର କରି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସରସ୍ବତୀ ନିଜ ସ୍ବାମୀ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ସରସ୍ବତୀ ଓ ତାଙ୍କ ପ୍ରେମିକଙ୍କୁ ଯାଜପୁରରୋଡ଼ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ଅନୁଯାୟୀ, ଶ୍ୱାସରୁଦ୍ଧ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ପୋଲିସ ପୂର୍ବରୁ ସନ୍ଦେହରେ ଅଟକ ରଖିଥିବା ସରସ୍ବତୀଙ୍କୁ ଜେରା କରିଥିଲା । ସରସ୍ବତୀ ନିଜ ପ୍ରେମିକ କୋରେଇ ଥାନା ଅନ୍ତର୍ଗତ ପାଣ୍ଡୁଳା ଗ୍ରାମର ରଞ୍ଜିତ ମଳିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ତାଙ୍କ କହିବା ଅନୁଯାୟୀ, ଗତ ସୋମବାର ଭଡ଼ାଘରେ ନିଶାସକ୍ତ ଅବସ୍ଥାରେ ସୁରେନ୍ଦ୍ର ଶୋଇଥିଲେ । ତାଙ୍କ ହାତଗୋଡ଼କୁ ଏକ ରଶିରେ ବାନ୍ଧିବା ପରେ ତଣ୍ଟିକୁ ଚିପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ହତ୍ୟା ପରେ ଘରର ବାହାରପଟୁ ତାଲା ପକାଇ ଉଭୟ ଫେରାର ହୋଇଯାଇଥିଲେ। ବୁଧବାର ସରସ୍ବତୀ ଭଡ଼ାଘରକୁ ଆସି ଜିନିଷ ନେବା ବାହାନାରେ ଚାବି ଖୋଲି ତାଙ୍କ ସ୍ବାମୀଙ୍କୁ କିଏ ମାରି ଦେଇଥିବା ଘର ମାଲିକଙ୍କୁ କହିଥିଲେ। ଏ ନେଇ ଘର ମାଲିକ ପୋଲିସକୁ ଜଣାଇଥିଲେ । ପୋଲିସ ତଦନ୍ତ କରି ସୋମବାର ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି (କେସ ନଂ. ୫୦୧/୨୪) କୋର୍ଟ ଚାଲାଣ କରିଥିଲା । ସେଠାରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଜଙ୍ଘାର ଗ୍ରାମରେ ସୁରେନ୍ଦ୍ରଙ୍କ ଘର । ସୁରେନ୍ଦ୍ର ସରସ୍ବତୀଙ୍କ ସହ କପିଳେଶ୍ୱର କଲୋନୀର କିଛିଦିନ ହେବ ଏକ ଭଡାଘରେ ରହୁଥିଲେ ା ସରସ୍ବତୀ ଏକ ମଲ୍‌ରେ କାମ କରୁଥିଲେ । ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏହି କାରଣରୁ ସରସ୍ବତୀ ତାଙ୍କ ବାପଘର ଯାଜପୁରରୋଡ଼ ଅନ୍ତର୍ଗତ ପାଇକରାପୁରରେ ନିଜ ପିଲାଙ୍କ ସହ ରହୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଣାଇଁରେ ନାବାଳିକା କୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଘଟଣା: ୧୮ ଦିନ ପରେ ପୋଲିସ ହାତରେ ଅଭିଯୁକ୍ତ

ବଣାଇଁ, ୨୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଜିକୁ ଅଠର ଦିନ ତଳେ ଅର୍ଥାତ ଚଳିତ ମାସ ୬ ତାରିଖ ଦିନ ଘଟିଥିବା...

ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ...

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ...

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୪ା୯(ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମାରେ ୨ ମାଓବାଦୀ ସୋଡି ଭୀମା ଓ ମୁଦାମି ହଣ୍ଡା ପୋଲିସ ନିକଟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସୋଡିଙ୍କ ନାମରେ...

ଜୟ ମହାକାଳ ଫାଉଣ୍ଡେସନର ରକ୍ତଦାନ ଶିବିର , ଥାଲାସେମିଆ ରୋଗୀଙ୍କ ପାଇଁ ବଡ଼ ପଦକ୍ଷେପ

ଯାଜପୁର,୨୪।୯: ରକ୍ତଦାନ ମହତଦାନ । ଏହା ଆଉ ଏକ ଜୀବନକୁ ବଞ୍ଚେଇ ରଖେ । ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଜରୁରୀକାଳୀନ ପରିସ୍ଥିତି...

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ହତ୍ୟାର ୮ ଦିନ ପରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ତେନ୍ତୁଳିଖୁଣ୍ଟି,୨୪।୯(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଏବଂ ହତ୍ୟାର ୮ ଦିନ ପରେ ପୋଲିସ ହାତରେ ପଡିଛନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri