Advertisement

ମହିଳାଙ୍କୁ କଚାଡ଼ି ଦେଲା ଦନ୍ତା

କଣ୍ଟାମାଳ,୧୦ା୪(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ଡୁମାଳପଖାଳ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ରବିବାର ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏ ନେଇ ପୋଲିସ ଓ ବନ ବିଭାଗ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ,ଡୁମାଳପଖାଳ ଗାଁର ଜଣେ ମାନସିକ ବିକାରଗ୍ରସ୍ତ ମହିଳା କୌଣସି କାମରେ ବାହାରକୁ ଯାଇ ଗାଁକୁ ଫେରୁଥିଲେ। ସେତିକିବେଳେ ସେ ଏକ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରି ମାରି ଦେଇଥିବା ଗ୍ରାମବାସୀ କହିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share