ମହିଳାଙ୍କୁ ଦଳି ମାରିଦେଲା ହାତୀ

ଲହୁଣୀପଡା, ୫।୧୧ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ବାଙ୍କୀ ରେଞ୍ଜ କୁଚେଇତା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଦନ୍ତାହାତୀ ଦଳି ମାରି ଦେଇଛି। ମୃତ ମହିଳା ହେଲେ କୁଚେଇତା ଗ୍ରାମର ପାଣ୍ଡରା ମୁଣ୍ଡାଙ୍କ ସ୍ତ୍ରୀ ମନିକା (୪୨)।  ବୁଧବାର ବିଳମ୍ବିତ ରାତିରେ ପାଣ୍ଡରା ଓ ତାଙ୍କ ସ୍ତ୍ରୀ ମନିକା ନିଜ ଧାନ ବିଲ ଜଗିବା ପାଇଁ ଯାଉଥିଲେ। ଏହି ସମୟରେ ଉକ୍ତ ଅଞ୍ଚଳରେ ବୁଲୁଥିବା ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ପାଣ୍ଡରା ପ୍ରାଣ ବିକଳରେ ଦୌଡି ପଳାଇଥିଲେ। ତାଙ୍କ ସ୍ତ୍ରୀ ଦୌଡି ନ ପାରି ତଳେ ପଡିଯାଇଥିଲେ। ତାଙ୍କୁ ଦନ୍ତାହାତୀ ଦଳି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।