ତାଲିବାନର ନିୟମ: ନେଲ୍ ପଲିସ୍ ଲଗାଇଲେ କାଟି ଦିଆଯିବ ଆଙ୍ଗୁଠି!

କାବୁଲ,୨୪ ।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ଏହାର କ୍ରୁରତା ସମ୍ପର୍କରେ ଖବର ଆସିବାରେ ଲାଗିଛି । ବିଶେଷ କରି ସୋସିଆଲ ମିଡିଆରେ ପ୍ରତିଦିନ ତାଲିବାନର କ୍ରୁରତା ଦଖାଯାଉଛି । ଏବେ ସେଠାରେ ପୁରୁଷଙ୍କୁ ଜିନ୍ସ ପିନ୍ଧିବାକୁ ମନା କରାଯାଇଥିବା ବେଳେ ମହିଳାଙ୍କୁ ନେଲ୍ ପଲିସ ଲଗାଇବାକୁ ବାରଣ କରାଯାଇଛି । ନିୟମ ନ ମାନିଲେ ଏହାର ସଜା ଭୋଗିବାକୁ ପଡିବ ବୋଲି ମଧ୍ୟ ସତର୍କ କରାଯାଇଥିବା କିଛି ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି । ‘ଦି ସନ୍‌’ର ରିପୋର୍ଟ ଅନୁଯାୟୀ, ଦୁଇଜଣ ସାଥି ଜିନ୍ସ ପିନ୍ଧି ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ତାଲିବାନ । ଜିନ୍ସ ଇସଲାମ ଧର୍ମର ଅପମାନ ବୋଲି କହି ସେମାନଙ୍କୁ ଭବିଷ୍ୟତରେ ଜିନ୍ସ ନ ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମହିଳାମାନେ ନେଲ ପଲିସ ପିନ୍ଧିଲେ ସେମାନଙ୍କ ଆଙ୍ଗୁଠି କାଟି ଦିଆଯିବ ବୋଲି କୁହାଯାଇଛି ।

Share