Categories: ଜାତୀୟ

ବିମାନରେ ବିଗିଡିଲା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ,୧୧।୯: ଦୁବାଇରୁ କୋଚି ଅଭିମୁଖେ ଯାତ୍ରା କରୁଥିବା ଜଣେ ମହିଳା ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ କୋଚିର ଏକ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ରବିବାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ମିନି (୫୬) ଦୁବାଇରୁ କୋଚି ଅଭିମୁଖେ ଯାଉଥିଲେ। କିନ୍ତୁ ବିମାନ ଉଡ଼ାଣ ସମୟରେ ସେ ବେହୋଶ ହୋଇପଡିଥିଲେ। ବିମାନ ଅବତରଣ କରିବା ପରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମହିଳା ଜଣକ କିଛି ଅସୁସ୍ଥତା ପାଇଁ ପୂର୍ବରୁ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ପ୍ରାକୃତିକ ଭାବେ ହୋଇଥିବା କାରଣରୁ ଏହି ମାମଲାରେ ପୋଲିସ କୌଣସି ମାମଲା ରୁଜୁ କରିନାହିଁ।

Share