Categories: ଜାତୀୟ

ବସ୍‌ ଚଳାଉଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଚାଳକ, ମହିଳା ଯାତ୍ରୀ ଚଳାଇଲେ ବସ୍‌

ପୁଣେ,୧୬ା୧: ପୁଣେରେ ଏବ ବସ୍‌ ଦ୍ରୁତ ବେଗରେ ଚଳାଉଥିବାବେଳେ ଚାଳକ ଜଣକ ହଠାତ୍‌ ବେହୋସ ହୋଇପଡ଼ିଥିଲେ। ଯେଉଁଥିପାଇଁ ବସ୍‌ଟି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। କିନ୍ତୁ ଏହି ଯାତ୍ରୀମାନଙ୍କ ମଧ୍ୟରେ ବସିଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ। ବାସ୍ତବରେ, ପୁଣେର ଓ୍ବଗୋଲିର ୪୨ ବର୍ଷୀୟା ଯୋଗୀତା ସଟଭ ଡ୍ରାଇଭର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବା ପରେ ସଙ୍ଗେ ସଙ୍ଗେ ତାଙ୍କ ଆସନରୁ ଉଠି ବସ୍‌ର ଷ୍ଟିଅରିଂକୁ ନିୟନ୍ତ୍ରଣ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କ ଜୀବନରେ ପ୍ରଥମଥର ପାଇଁ ସେ ବସ୍‌ ଚଳାଇ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ଯୋଗୀତାଙ୍କ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Share