Categories: ଜାତୀୟ

ଖାକି ପୋଷାକରେ ରିଭଲଭର ଲଗାଇବା ମହିଳା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା

ଉତ୍ତରପ୍ରଦେଶର ଆଗ୍ରାରେ ଖାକି ପୋଷାକ ପିନ୍ଧି ମହିଳା କନଷ୍ଟେବଳ ଛାତିରେ ରିଭଲଭର ଲଗାଇ ଅଭିନୟ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ପୋଜ୍‌ରେ ସେ ଏକ ଗ୍ୟାଙ୍ଗଷ୍ଟର ପରି ଦେଖାଯାଉଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ମହିଳା କନଷ୍ଟେବଳଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏସ୍‌ଏସ୍‌ପି ତାଙ୍କୁ ନୋଟିସ ଜାରି କରିଛନ୍ତି। ମହିଳା କନଷ୍ଟେବଳ ପ୍ରିୟଙ୍କା ମିଶ୍ର ନିଜ କୋଠରି ଭିତରେ ରିଭଲଭର ଲଗାଇ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଛି। କାରଣ ଜଣେ ଦାୟିତ୍ୱବାନ ତଥା କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ ଗ୍ୟାଙ୍ଗଷ୍ଟର ପରି ନଜର ଆସିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।

ଭିଡିଓରେ ସେ କହିଛନ୍ତି, ହରିୟାଣା-ପଞ୍ଜାବ ତ ଏମିତିରେ ବଦ୍‌ନାମ। ଆଉ କେବେ ଉତ୍ତରପ୍ରଦେଶ। ରଙ୍ଗବାଜି କ’ଣ ହେଉଛି ଆସ ତୁମକୁ କହିବି। ପ୍ରିୟଙ୍କାଙ୍କ ଏହି ଭିଡିଓ ଦେଖି ଏସ୍‌ଏସ୍‌ପି ଥାନାକୁ ଡକାଇଥିଲେ। ଏହା ପରେ ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମରୁ ଭିଡିଓଟିକୁ ଡିଲିଟ୍‌ କରିଦେଇଛନ୍ତି।

Share