Categories: ଫୁରସତ

କଫିନ୍‌ ଭିତରୁ ଜିଇଉଠିଲେ ମହିଳା

କ୍ୱିଟୋ: ଇକୁଏଡୋରରେ ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି। ୭୬ ବର୍ଷୀୟା ବେଲା ମୋଣ୍ଟୋୟାଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ସେ ଜୀବିତ ଥିବା ଜଣାପଡ଼ିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଲାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଅନ୍ତ୍ୟେଷ୍ଟି ପାଇଁ ତାଙ୍କୁ ଘରକୁ ଆଣିଥିଲେ। ମୃତ ମହିଳାଙ୍କୁ କଫିନ୍‌ ଭିତରେ ରଖାଯାଇଥିଲା। କିନ୍ତୁ ଏହାର କିଛି ସମୟ ପରେ କଫିନ୍‌ ଭିତରୁ କିଛି ଶବ୍ଦ ଶୁଣିବାକୁ ମିଳିଥିଲା। ସେଠାରେ ଥିବା ତାଙ୍କ ପୁଅ ବାରବେରା କଫିନ୍‌ ଖୋଲି ଦେଖିଲାବେଳକୁ ବେଲା ଜୋରରେ ନିଃଶ୍ୱାସ ନେଉଥିଲେ। ପରିବାର ଲୋକ ତୁରନ୍ତ ବେଲାଙ୍କୁ ବାବାହୋୟାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତ ଶୁକ୍ରବାର ହୃଦ୍‌ଜନିତ ଯନ୍ତ୍ରଣା ଅନୁଭୂତ ହେବା ପରେ ବେଲାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Share