ମହିଳାଙ୍କ ହତ୍ୟାକାରୀ ନିଜକୁ ଭଗବାନ କହିଲେ

ନ୍ୟୁୟର୍କ, ୧୭ା୧: ନ୍ୟୁୟର୍କରେ ଟାଇମ୍ସ ସ୍କୋୟାର ସବ୍‌ଓ୍ବେ ଷ୍ଟେଶନରେ ସାଇମନ୍‌ ମାର୍ସିଆଲ ନାମକ ଜଣେ ବ୍ୟକ୍ତି ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଶନିବାର ଟ୍ରେନ୍‌ ଆଗକୁ ଠେଲି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ହତ୍ୟାକାଣ୍ଡ ପରେ ସେ ଅଜବ ବୟାନ ଦେଇଛନ୍ତି। କାହିଁକି ସମ୍ପୃକ୍ତା ମହିଳାଙ୍କୁ ହତ୍ୟା କଲେ ବୋଲି ପଚରାଯିବାରୁ ମୁଁ ଭଗବାନ ଏହା କରିପାରିବି ବୋଲି କହିଛନ୍ତି। ଗିରଫ ହେବା ପୂର୍ବରୁ ମଧ୍ୟ ସେ ପୋଲିସ ପୋଷାକ ପିନ୍ଧି ନାଟକୀୟ ଢଙ୍ଗରେ ନିଜକୁ ପୋଲିସ ବୋଲି ପରିଚୟ ଦେଇଥିଲେ। ତେବେ ତାଙ୍କର ମାନସିକ ବିକୃତି ଥିବା ଏବଂ ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ଏକାଧିକ ଆପରାଧିକ ମାମଲା ରହିଛି ବୋଲି ଜଣାପଡ଼ିଛି।

Share