ମହିଳାଙ୍କୁ ବଳାତ୍କାର, ଯୁବକ ଗିରଫ

କଳିଙ୍ଗନଗର,୩ା୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧୀନ ଦୁର୍ଗାପୁର ଗଁାର ମଙ୍ଗଲ ବାଙ୍କିରା। ଅଭିଯୋଗ ମୁତାବକ, ମହିଳାଙ୍କ ସ୍ବାମୀ ଟାଟା ଷ୍ଟିଲ କାରଖାନାରେ କାମ କରୁଛନ୍ତି। ମହିଳା ତାଙ୍କ ସ୍ବାମୀଙ୍କ ପାଖକୁ କୌଣସି କାମରେ ଫୋନ କରିବା ପାଇଁ ମଙ୍ଗଲଙ୍କ ଘରକୁ ଆସିଥିଲେ। ମଙ୍ଗଲ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହିତ ଫୋନରେ କଥା କରାଇ ଦେଇଥିଲେ। ପରେ ମହିଳାଙ୍କୁ ବଳାତ୍କାର କରିଥିଲେ। ଏହି କଥା ମହିଳା ଜଣଙ୍କ ତାଙ୍କ ସ୍ବାମୀ ରାତିରେ ଘରକୁ ଫେରିବା ପରେ କହିଥିଲେ। ପରଦିନ ଉଭୟ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏନେଇ ପୋଲିସ ନଂ.୨୩୫ା୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ମଙ୍ଗଳବାର ରାତିରେ ଢେଙ୍କାନାଳ ଜିଲା କାମାକ୍ଷାନଗରଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ଗୁରୁବାର ଜଣେ ଛାତ୍ରଙ୍କୁ ଅନ୍ୟ ଗୋଷ୍ଠୀର ୪ ଛାତ୍ର କ୍ଲାସରୁମ୍‌ରେ...

ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ…

ଭୁବନେଶ୍ୱର,୩।୧୦: ମୁଁ ପୁଣି ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଛନ୍ତି ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ଚୟନ: ଚନ୍ଦ୍ରମଣି ବାଘ ସଭାପତି, ବ୍ରଜମୋହନ ବାରିକ ହେଲେ ସମ୍ପାଦକ

ଅମରପାଲି,୩ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ହାଇସ୍କୁଲରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାମ୍ବିଧାନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା...

ଭାଜପାରେ ଗୋଷ୍ଠୀ କନ୍ଦଳ: ଗାନ୍ଧୀ ଜୟନ୍ତୀ ପାଳନବେଳେ ଉତ୍ତେଜନା, ଝାଡୁମାଡ଼

ଯାଜପୁର/ଜେନାପୁର,୩ା୧୦ (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପାର ଗୋଷ୍ଠୀ କନ୍ଦଳ ବୁଧବାର ଉଗ୍ରରୂପ ଧାରଣ କରିଛି। ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଦୁଇ...

ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ

ଚଣ୍ଡିଖୋଲ/ଛତିଆ,୩ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ):ବିଜେଡି ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଏଠାରେ ବିଜେଡି ପକ୍ଷରୁ ୩...

ଶୈଳପୁତ୍ରୀ ବେଶରେ ମା’ ସମଲେଶ୍ବରୀ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୩।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ...

ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ

ଥୁଆମୂଳ ରାମପୁର,୨।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ପଞ୍ଚାୟତ ସ୍ଥିତ ସାଇସୁରୁଣୀ ଗ୍ରାମରେ ହୋଇଥିବା ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ...

ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ

ଅମରପାଲି,୩।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରଢିଆପାଲି ନିକଟରେ ହରିହର ଯୋର କେନାଲକୁ ପାଣି ପିଇବାକୁ ଆସି ଏକ ଦନ୍ତା ହାତୀ ପଡିଯାଇଥିଲା। ହାତୀଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri