ଗର୍ଭପାତ କରିଥିବା ମହିଳାଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ…

ସାନ୍‌ ସାଲଭାଡୋର, ୧୧।୫ : ଏଲ ସାଲଭାଡୋରର ସୁପ୍ରିମକୋର୍ଟରେ ଗର୍ଭପାତ କରିଥିବା ଜଣେ ମହିଳାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ଏଲ ସାଲଭାଡୋରରେ ଜନୈକ ମହିଳାଙ୍କୁ ଗର୍ଭପାତ କରିଥିବା ଅଭିଯୋଗରେ ଗିରଫ କରାଯାଇ ଏକ ମାମଲାର ଦାୟର କରାଯାଇଥିଲା। ଏସ୍ମେ ନାମକ ଏହି ମହିଳା ଜଣକ ବିରୋଧରେ ମାନବ ହତ୍ୟା ଅଭିଯୋଗ ଅନ୍ତର୍ଗତ ଦଣ୍ଡାଦେଶ କରାଯାଇଛି।

ଗର୍ଭପାତ ପରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବାବେଳେ ଏଲ ସାଲଭାଡୋରର ଏହି ମହିଳାଙ୍କୁ ଗିରଫ କରାଯାଇଥିଲା। ଏବେ ଘଟଣା ଅନ୍ତର୍ଜାତୀୟସ୍ତରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ତର୍ଜାତୀୟ ମାନବାଧିକାର ଆଇନଜୀବୀ ପାଲା ଆଭିଲା-ଗୁଏଲେନ କହିଛନ୍ତି ଯେ ଏସ୍ମେଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ ଅତ୍ୟନ୍ତ ଦୁଃଖଦାୟକ।

 

ସୂଚନାଯୋଗ୍ୟ ଯେ ଏହି ନିଷ୍ପତ୍ତିର ପ୍ରଭାବ ଆମେରିକାରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି। ଦେଶରେ ବିକ୍ଷୋଭକାରୀମାନେ କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ମହିଳାମାନଙ୍କୁ ଗର୍ଭପାତ କରାଇବାକୁ ଦିଆଯାଉ ଏବଂ ଏହାକୁ ଆଇନଗତ ଅପରାଧ ଭାବରେ ବିବେଚନା କରାଯିବା ଉଚିତ ନୁହେଁ। ସାରା ଦେଶରେ ମହିଳାଙ୍କ ପାଇଁ ଗର୍ଭପାତ ଏକ ଆଇନଗତ ବିକଳ୍ପ ହୋଇ ରହିବାକୁ ମହିଳାମାନେ ଦାବି କରୁଛନ୍ତି।

ଏହାକୁ ସୁନିଶ୍ଚିତ କରିବା ପାଇଁ ବିକ୍ଷୋଭକାରୀମାନେ ଏହାକୁ ସମର୍ଥନ କରି ପ୍ରଦର୍ଶନ ଜାରି ରଖିଛନ୍ତି। ଆମେରିକାରେ ୫୦ ବର୍ଷ ପରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ନିକଟରେ, ନୂତନ ଗର୍ଭପାତ ଆଇନର ଡ୍ରାଫ୍ଟର ଏକ ଅଂଶ ସୁପ୍ରିମକୋର୍ଟରେ ଲିକ ହୋଇଥିଲା, ଯାହା ପରେ ଆମେରିକାର ଅନେକ ସହରରେ ଲୋକମାନେ ବିରୋଧ କରୁଛନ୍ତି। ଆମେରିକୀୟ ମହିଳାଙ୍କ ସ୍ବାଧୀନତାକୁ ଛଡ଼ାଇ ନେବାକୁ ଏଭଳି ନିଷ୍ପତ୍ତି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

Share