ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା

ସାଲେପୁର,୧୬।୮: କଟକ ଜିଲା ସାଲେପୁର ଥାନା ଆଗରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଆଗରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ମହିଳାଙ୍କ ସ୍ବାମୀଙ୍କୁ ଏକ ଚୋରି ମାମଲାରେ ପୋଲିସ ଉଠାଇ ଆଣିଥିଲା। ହେଲେ ଶୁକ୍ରବାର ଅପରାହ୍ନରେ ମହିଳା ଜଣକ ଥାନାରେ ପହଞ୍ଚି ଥିଲେ। ଥାନା ଆଗରେ ମହିଳା ଜଣକ ତାଙ୍କ ସ୍ବାମୀ ନିର୍ଦ୍ଦୋଶ କହି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତାଙ୍କୁ ସାଲେପୁର ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲ ପଠାଯାଇଥିବା ଜଣାପଡିଛି। ଥାନା ଆଗରେ ଏଭଳି ଘଟଣା ଘଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video : ଟ୍ରମା ସେଣ୍ଟରରେ ସିଧା ଆମ୍ବୁଲାନ୍ସ ପହଞ୍ଚାଇ ଦେଲେ ଡ୍ରାଇଭର, ଲୋକେ କହିଲେ ଡାକ୍ତର ଚଲାଉଥିଲେ କି ଗାଡ଼ି?

ନୂଆଦିଲ୍ଲୀ,୧୪।୪: ଯେତେବେଳେ କେହି ଅସୁସ୍ଥ ହୁଅନ୍ତି କିମ୍ବା ଦୁର୍ଘଟଣା ଘଟେ, ପ୍ରଥମେ ଆମ୍ବୁଲାନ୍ସକୁ ଡକାଯାଏ। ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଚାଲିଯାଏ,...

୧୫ରୁ ୨ମାସ ସାମୁଦ୍ରିକ କଟକଣା ଲାଗୁ

ପାରାଦୀପ,୧୪ା୪(ଶରତ ରାଉତ): ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ...

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା...

କିନ୍ନରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ରାଜ୍ୟ ମହାସଂଘ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଯାତ୍ରା କଳାକାର କିନ୍ନର ଅର୍ଚ୍ଚିତା ଓରଫ ଅଜିତ ବିଷୋୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର...

ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ଦିଏ ଅଙ୍ଗୁର

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି କହିଲେ ଭୁଲ ହେବ ନାହିଁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ। ହେଲେ...

ଡାନିଏଲ ନୋବୋଆ କିଏ, ଯାହାଙ୍କୁ ଇକ୍ୱେଡରର ନୂଆ ରାଷ୍ଟ୍ରପତି ଭାବେ କରାଗଲା ନିର୍ବାଚନ

କ୍ୱିଟୋ,୧୪।୪: ଇକ୍ୱେଡରରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ, ଇକ୍ୱେଡରର ଜାତୀୟ ନିର୍ବାଚନ ପରିଷଦ ରବିବାର ରାଷ୍ଟ୍ରପତି ଡାନିଏଲ ନୋବୋଆଙ୍କୁ ଦେଶର ରାଷ୍ଟ୍ରପତି ଦୌଡ଼ର...

କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ...

ବିଜ୍ଞାନର ଉନ୍ନତିରେ ଜର୍ମାନୀ ବୈଜ୍ଞାନିକଙ୍କ ଭୂମିକା

ମଧ୍ୟଯୁଗୀୟ ୟୁରୋପରେ ନିରୀକ୍ଷଣ, ପରୀକ୍ଷଣ ଓ ଗହନ ଗଣିତର ପରମ୍ପରା ନଥିଲା। ପଠନ ଓ ଅନୁଶୀଳନ ବୈଜ୍ଞାନିକ ଗତିବିଧିର ମାନଦଣ୍ଡ ଥିଲା। ପଣ୍ଡିତମାନେ ମୁଖ୍ୟତଃ ଦାର୍ଶନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image