ଘରେ ନିଆଁ ଲଗାଇ ବାହାରେ ଚେୟାରରେ ବସି ଦୃଶ୍ୟ ଉପଭୋଗ କରୁଥିଲେ ମହିଳା, ଜାଣିଲେ…

କଥାରେ ଅଛି, ଘର ଫୁଙ୍କି ତାମସା ଦେଖୁଛ। ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ନିଜ ଘରେ ନିଆଁ ଲଗାଇଦେଇ ବାହାରେ ଚେୟାର ଉପରେ ବସି ଏହି ଦୃଶ୍ୟକୁ ଉପଭୋଗ କରୁଥିଲେ। ଏପରି ଘଟଣା ଦେଖିବାକୁ ମିଳିଛି, ଆମେରିକାର ମ୍ୟାରିଲ୍ୟାଣ୍ଡ ସହରରେ।

ଏକ ରିପୋର୍ଟ ଅନୁଯାୟୀ ମହିଳା ନିଜ ଘରେ ପ୍ରଥମେ ନିଆଁ ଲଗାଇଦେଲେ। ପରେ ଘର ସାମ୍ନାରେ ଥିବା ଲନ୍‌ରେ ଚେୟାର ଉପରେ ବସି ଘର ଜଳୁଥିବା ଦୃଶ୍ୟ ଦେଖିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଏହି ଘର ଭିତର ଜଳୁଥିବା ସେ ଦେଖିବାକୁ ପାଇଥିଲେ। ତେବେ ମହିଳାଙ୍କ ପୂରା କାଣ୍ଡ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ପ୍ରତ୍ୟକ୍ଷଦର୍ଶୀ କୁହନ୍ତି, ପ୍ରଥମେ ଘର ଭିତରୁ ପାଟି ଶୁଭିଲା। ପରେ ଜୋର୍‌ରେ କେହି ଝଗଡ଼ା ଲାଗୁଥିବା ମଧ୍ୟ ଶୁଣିବାକୁ ମିଳିଲା। ଏହାର କିଛି ସମୟ ପରେ ଘରେ ନିଆଁ ଜଳି ଉଠିଲା। ମହିଳା ଜଣକ ଘରେ ନିଆଁ ଲଗାଇ ଦେଇ ଆସି ବାହାରେ ବସି ପେପର ପଢ଼ିବାରେ ଲାଗିଲେ। ଏହି ସମୟରେ ତାଙ୍କ ସ୍ବାମୀ ଘର ଭିତରେ ଫସି ରହିଥିଲେ। ଖବର ପାଇ ଦମକଳବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସ୍ବାମୀଙ୍କୁ ଉଦ୍ଧାର କରିଛନ୍ତି। ତେବେ ମହିଳା ଜଣଙ୍କ କାହିଁକି ଏପରି କାଣ୍ଡ ଭିଆଇଲେ ଏ ବିଷୟରେ ଅଧିକ ପଚରାଉଚରା ଚାଲିଛି। ତଦନ୍ତ ପରେ ସମସ୍ତ କଥା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri