Categories: ଜାତୀୟ

ଦିଲ୍ଲୀର ସାକେତ କୋର୍ଟରେ ଫୁଟିଲା ଗୁଳି ,ମହିଳା ଆହତ

ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର କୋର୍ଟ ବି ଏବେ ସୁରକ୍ଷିତ ନୁହେଁ। ଶୁକ୍ରବାର ସକାଳେ ସାକେତ କୋର୍ଟରେ ଫୁଟିଛି ଗୁଳି। ସାକେତ କୋର୍ଟ ପରିସରରେ ଶୁକ୍ରବାର ସକାଳେ ଜଣେ ମହିଳାଙ୍କୁ ଗୁଳି କରାଯାଇଛି। ସାକ୍ଷୀ ଦେବାକୁ ମହିଳା କୋର୍ଟକୁ ଆସିଥିଲେ। ଏନଏସସି ଥାନା ଅଧ୍ୟକ୍ଷ ମହିଳା ଜଣକୁ ନିଜ ଗାଡିରେ ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ପୋଲିସରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ମିଳିବା ପରେ ସମସ୍ତ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି କି ମହିଳାଙ୍କୁ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ମରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ବର୍ଷ ଦିଲ୍ଲୀର ରୋହିଣି କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। କୋର୍ଟ ଭିତରକୁ ଓକିଲ ଡ୍ରେସରେ ପ୍ରବେଶ କରି ଦୁଇ ଜଣ ବ୍ୟକ୍ତି ଗୋଗିଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଟିଲ୍ଲୁ ଗ୍ରୁପର ସୁଟର ଜିତେନ୍ଦ୍ର ଗୋଗିଙ୍କୁ ହତ୍ୟା କରିଥିଲେ। ଏଥିରେ ପୋଲିସ ୨ ଜଣ ସୁଟରଙ୍କୁ ଗୁଳି କରିଥିଲା।

Share