Categories: ଜାତୀୟ

ମଣିପୁରରେ ମହିଳାଙ୍କୁ ଗୁଳିକରି ହତ୍ୟା

ଗୁଆହାଟୀ,୬ା୭ ମଣିପୁରରେ ହିଂସା ଯୋଗୁ ଦୁଇ ମାସ ହେଲା ସ୍କୁଲ ବନ୍ଦ ରହିଥିଲା। ହେଲେ ସ୍କୁଲ୍‌ ଖୋଲିବାର ଦିନକ ପରେ ଗୁରୁବାର ଇମ୍ଫାଲ ଇଷ୍ଟ ଜିଲାର ଏକ ସ୍କୁଲ୍‌ ବାହାରେ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁ ନିଷ୍ଠା ନିକେତନ ସ୍କୁଲ ବାହାରେ ଏହି ଗୁଳିକାଣ୍ଡ ଘଟିଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।
ମହିଳାଙ୍କୁ ହତ୍ୟା ଘଟଣା ପରେ ହିଂସାପ୍ରବଣ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ପାଇଁ ଆଦିବାସୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଇଣ୍ଡିଜେନିଅସ୍‌ ଟ୍ରାଇବାଲ ଲିଡର୍ସ ଫୋରମ୍‌(ଆଇଟିଏଲ୍‌ଏଫ୍‌) ନାମକ ସଂଗଠନ ମୃତ ମହିଳାଙ୍କୁ ଚିହ୍ନଟ କରିଛି। ଡୋନଗାଇଚିଙ୍ଗ ନାମ୍ନୀ ଏହି ମହିଳା ମାନସିକ ବିକୃତ ଏବଂ ଭିକ୍ଷାବୃତ୍ତି କରି ଚଳୁଥିଲେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମେ’ ୩ରୁ ମଣିପୁରରେ ହିଂସାକାଣ୍ଡ ଲାଗିରହିଛି।

Share