ଗର୍ଭଯନ୍ତ୍ରଣା କମ୍‌ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ

ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା ସହିବାକୁ ପଡିଥାଏ। ସର୍ଜରୀ ହେଉ କି ପ୍ରାକୃତିକ ଭାବରେ, ଗର୍ଭାବସ୍ଥା କଷ୍ଟ ସହିବା ନାରୀ ପାଇଁ କଷ୍ଟନାୟକ ହୋଇଥାଏ। ନିକଟରେ ଜଣେ ମହିଳା ଗର୍ଭଯନ୍ତ୍ରଣା କଷ୍ଟ କମ୍‌ କରିବା ପାଇଁ କିଛି ଏପରି କରିଛନ୍ତି ଯାହାଦ୍ୱାରା ତାଙ୍କ ଯନ୍ତ୍ରଣା ଅଧିକାଂଶ ଲାଘବ ହୋଇଛି।
ଆମେରିକାର ଜଣେ ମହିଳା ନିଜ ଗର୍ଭ ଯନ୍ତ୍ରଣା କମ୍‌ କରିବା ପାଇଁ ୫ଘଣ୍ଟା ଯାଏଁ ଭଜନ ଗାଇଛନ୍ତି। ଏହାପରେ ସେ ଏକ ସୁସ୍ଥ ଶିଶୁ ଜନ୍ମ କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ହେଲେ ମହିଳାଜଣକ ଭଜନ ଗାଇ ଗାଇ ନିଜ ଗର୍ଭକଷ୍ଟକୁ କମ୍‌ କରିଛନ୍ତି।

ଆମେରିକା ସିଏଟଲର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ୩୧ବର୍ଷିୟ ବିଫେ ହେଲ ଓ ତାଙ୍କ ଗାୟକ ସ୍ବାମୀ ବ୍ୟାଡେନ ଦୁଇ ପିଲାଙ୍କ ଅଭିଭାବକ ହୋଇଛନ୍ତି। ଘଟଣାକୁ ନେଇ ବିଫେ କହିଛନ୍ତି, ଗର୍ଭ ଯନ୍ତ୍ରଣାକୁ ବହୁତ ଭୟ ଲାଗୁଥିଲା ତେଣୁ ପ୍ରାକୃତିକ ଉପାୟରେ ଶିଶୁ ଜନ୍ମ କରିବାକୁ ଚାହୁଁଥିଲି। ଯେତେବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା, ମୁଁ ଭଜନ ଗାଇବା ଆରମ୍ଭ କରିଦେଲି। ୫ଘଣ୍ଟା ଧରି ମୁଁ ମୋ ପସନ୍ଦର ଭଜନ ଗାଇବା ଆରମ୍ଭ କରିଦେଲି। ଏହି ସମୟରେ ମୋର ସବୁ ଧ୍ୟାନ ଗୀତ ଗାଇବା ଉପରେ ଥିଲା ତେଣୁ ଗର୍ଭକଷ୍ଟ ଅନୁଭବ ହେଲା ନାହିଁ।
ଏହି ସମୟରେ ମୋ ସ୍ବାମୀ ମୋତେ ସାଥ୍‌ ଦେଇଥିଲେ। ସେ ଗୀତରେ ତାଳ ଦେଇ ଗିଟାର୍‌ ବଜେଇବା ଆରମ୍ଭ କରିଦେଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏସବୁ ଭିତରେ ଡେଲିଭରିବେଳର କଷ୍ଟ ଜଣାପଡିଲା ନାହିଁ। ଗର୍ଭକଷ୍ଟକୁ ବହୁତ କମ୍‌ ଉପଭୋଗ କଲି।

Share