Categories: ଜାତୀୟ

ବଳାତ୍କାରୀ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ କାଟିଦେଲେ ମହିଳା

ପାଟନା,୨ା୭: ବିହାରର ବାଙ୍କା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବଳାତ୍କାରୀ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ମହିଳାଙ୍କ ସ୍ବାମୀ ଘରେ ନ ଥିବା ବେଳେ ୨୭ ବର୍ଷୀୟ ଅଭିଯୁକ୍ତ ଜଣକ ଛାତ ଦେଇ ମହିଳାଙ୍କ ଘରେ ପଶିଥିଲେ। ପରେ ମହିଳା ଜଣକ ଶୋଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ହେଲେ ମହିଳା ଜଣକ ପ୍ରତିଶୋଧ ନେବାକୁ ଏକ ବ୍ଲେଡ୍‌ରେ ଅଭିଯୁକ୍ତଙ୍କ ଗୁପ୍ତାଙ୍ଗ କାଟିଦେଇଥିଲେ। ପରେ ଚିତ୍କାର କରିବାରୁ ଗାଁ ଲୋକେ ଧାଇଁ ଆସିଥିଲେ। ସେତେବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share