ସାଧାରଣତଃ କେଶ କାଟିବା ଜୀବନର ଏକ ନିୟମିତ ଅଂଶ। ମାତ୍ର ଜଣେ ମହିଳା ୨୨୦୦୦ ଟଙ୍କା ଖର୍ଚ୍ଚ କରି ନିଜର କେଶ କାଟିବା ପରେ ପ୍ରବଳ କାନ୍ଦିଛନ୍ତି। କାରଣ ତାଙ୍କ କେଶ ଖରାପ ଭାବରେ କଟା ଯାଇଥିଲା।
ଟିକ୍ଟକ୍ ୟୁଜର @icarlyreboot ଭିଡିଓଟିକୁ ଶେୟାର କରି ଲେଖିଛନ୍ତି, ଏତେ ଟଙ୍କା ଖର୍ଚ୍ଚ କରିବା ପରେ ବି ସେଲୁନବାଲା କେମିତି ମୋ କେଶ କାଟିଛନ୍ତି। ମହିଳା ଜଣଙ୍କ ମୁଣ୍ଡରୁ ତାଙ୍କର ପୁରୁଣା କେଶକୁ ଖୋଜି ଖୁବ୍ ଜୋର୍ରେ କାନ୍ଦୁଛନ୍ତି। ସେ କହିଛନ୍ତି, ମୁଁ ସୁନ୍ଦର ଦେଖାଯିବାକୁ ୨୧୫ ପାଉଣ୍ଡ ଅର୍ଥାତ୍ ୨୨୦୦୦ ଟଙ୍କା ଖର୍ଚ୍ଚ କଲି କିନ୍ତୁ ମୋତେ ଏହି କେଶକଟା ମାନୁନାହିଁ। ରାଗ ଆଉ ଦୁଃଖରେ ମହିଳା ଜଣକ କହୁଛନ୍ତି, ମୁଁ ରାଣ ଖାଇ କହୁଛି, କେବେ ବି କାହା ଷ୍ଟାଇଲ୍ ଦେଖି ଏପରି କେଶ କାଟିବି ନାହିଁ।
ତାଙ୍କର ଏହି ଭିଡିଓ ଦେଖି ଅନେକ ୟୁଜର ଖୁବ୍ ହସିଥିବା ବେଳେ ଆଉ କିଛି ୟୁଜର କହିଛନ୍ତି, ନିଜ ଷ୍ଟାଇଲ୍ରେ କେଶ କାଟ।