ସୁନ୍ଦରଗଡ,୨୬।୩(ଜୟନାରାୟଣ ମେଣ୍ଡୁଳି/ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା ଥାନା ଅନ୍ତର୍ଗତ ହୁଟୁପାନି ଗ୍ରାମରେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ଜଣେ ବ୍ୟକ୍ତି ସ୍ତ୍ରୀ’ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି।
ସୂଚନା ଅନୁସାରେ ବୁଧବାର ଭୋର ସକାଳ ୭ ଟା ସମୟରେ ଦୁର୍ଗାବତୀ ସିଂ(୪୫) ଓ ରୂପନନ୍ଦ ସିଂ(୫୦) ଜଙ୍ଗଲ ପାଖେଥିବା ନିଜ ମହୁଲ ଗଛର ମହୁଲ ଫୁଲ ଗୋଟାଇବାକୁ ଉଭୟ ଯାଇଥିଲେ। ମହୁଲ ଗୋଟାଉଥିବା ସମୟରେ ହଠାତ ରୁପନନ୍ଦ ସିଂ ପାଖରେ ଥିବା ଏକ ବଡ଼ ପଥରକୁ ଧରି ନିଜର ଦୁର୍ଗାବତୀ ସିଂ ମୁଣ୍ଡ ଛେଚି ଦେଇଥିଲେ। ସେ ଚିତ୍କାର କରୁଥିଲା ମଧ୍ୟ ନରସଙ୍ଘାର ସ୍ୱାମୀ ମୁଣ୍ଡକୁ ଛେଚି ଚାଲିଥିଲା।
ଘଟଣା ସ୍ଥଳରେ ଦୁର୍ଗାବତୀଙ୍କର ମୃତ୍ୟୁ ହୋଇଯାଇଥିଲା ବେଳେ ସ୍ୱାମୀ ଘରକୁ ଯାଇ ନିଜ ବାଇକ ବାହାରକରି କୁଆଡେ ଫେରାର ହୋଇ ଯାଇଥିଲା। ଗ୍ରାମବାସୀ ଖବର ପାଇ ମୃତକଙ୍କ ପୁଅଙ୍କୁ ଖବର ଦେଇଥିଲେ ଓ ପରେ ତଳସରା ଥାନାକୁ ଖବର ଦିଆଯାଇଥିଲା।
ପୋଲିସ ଘଟଣା ସ୍ଥଳ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇ ସୁନ୍ଦରଗଡ ଡାକ୍ତରଖାନାକୁ ପଠାଇଥିଲା ଓ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଆଉ ତିନିଦିନ ପରେ ମୃତକଙ୍କ ନିଜ ପୁଅ ଚାନ୍ଦପ୍ରସାଦ ସିଂ(୨୨) ର ବିବାହ ଘର ହୋଇଥାନ୍ତା, ବିବାହ ନିମନ୍ତ୍ରଣ ମଧ୍ୟ୍ୟ ବଣ୍ଟା ସରିଥିଲା। ହେଲେ ସାଇତାନ ସ୍ୱାମୀ ଏମିତି କାଣ୍ଡ ଘଟଇଲା ଯେ, ସମଗ୍ର ଅଞ୍ଚଳ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଛି।
କିଛି ଗ୍ରାମବାସୀଙ୍କ କହିବା ଅନୁଯାଇ କିଛିବର୍ଷ ପୂର୍ବରୁ ଆସାମୀ ରୁପନନ୍ଦ ନିଜ ଭାଉଜ ଦୁର୍ଗାବତୀଙ୍କୁ ନିଜ ସ୍ତ୍ରୀ କରି ରଖିଥିଲେ ଓ ରୁପନନ୍ଦ ଦୁର୍ଗାବତୀଙ୍କୁ ନିଜ ପୁଅ ଚାନ୍ଦପ୍ରସାଦଙ୍କ ସହ ସମ୍ପର୍କ ନରଖିବାକୁ ବାରମ୍ବାର ବାରଣ କରିଆସୁଥିଲେ। ନିଜ ଗର୍ଭର ପୁଅକୁ ଗୋଟେ ମା’ କିଭଳି ଭୁଲିବ, କିଛିଦିନ ପରେ ପୁଅର ବିବାହ ଥିଲା, ଏସବୁ ଦେଖି ଅହଂକାର, ଇର୍ସାରେ ଜଳୁଥିଲା ରୁପନନ୍ଦ। ଶେଷରେ ରାଗରେ ଏମିତି ଏକ ଅଭାବନୀୟ ଘଟଣା ଘଟାଇଥିବା କୁହାଯାଉଛି।