Categories: ଜାତୀୟ

ସ୍ବାମୀଙ୍କ ସହ ଝଗଡ଼ା ପରେ ଛୁଆର ତଣ୍ଟି ଚିପି ଦେଲା ମା’

ନୂଆଦିଲ୍ଲୀ,୧୧।୭: ସ୍ବାମୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ସ୍ତ୍ରୀ ୧୧ ମାସର ଛୁଆର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆସିଛି ଦିଲ୍ଲୀରୁ। ଦକ୍ଷିଣ ଦିଲ୍ଲୀ ଡେପୁଟି କମିଶନର ଅତୁଲ ଠାକୁର କହିଛନ୍ତି, ପୋଲିସ ଘଟଣା ସ୍ଥଳ ଫତେହପୁର ବେରି ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ଶିଶୁର ମୃତ୍ୟୁ ହୋଇ ସାରିଥିଲା। ପଚରାଉଚୁରାବେଳେ ସ୍ବାମୀ-ସ୍ତ୍ରୀ ପରସ୍ପର ଉପରେ ଦୋଷ ଲଦିଥିଲେ।

ମୃତ ଶିଶୁପୁତ୍ରର ମା’ ଓ ବାପା ପରସ୍ପର ଉପରେ ଦୋଷ ଲଦିବା ପରେ ଗାଁରୁ ମିଳିଥିବା ସିସିଟିଭି ଫୁଟେଜ, କଲ ରେକର୍ଡସ, ସାକ୍ଷ୍ୟ ପ୍ରମାଣକୁ ତଦନ୍ତ ପରିସରକୁ ନେଇଥିଲା ପୋଲିସ। ଏଥିରୁ ଶିଶୁପୁତ୍ରର ମା’ ହିଁ ହତ୍ୟାକାରୀ ବୋଲି ଜଣାପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଜ୍ୱରରେ ପୀଡ଼ିତ ୧୧ ମାସର ପୁଅକୁ ହସ୍ପିଟାଲ ନ ନେବାରୁ ଦୁହିଁଙ୍କ ମଧ୍ୟରେ ଗତ ୯ ତାରିଖରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅର ତଣ୍ଟିକୁ ଚିପି ହତ୍ୟା କରିଥିବା ଅଭିଯୁକ୍ତା ମା’ ପୋଲିସ ଆଗରେ ସ୍ବୀକାର କରିଛନ୍ତି।

Share