ପ୍ରେମିକ ସମୟ ବରବାଦ କରିବା ନେଇ କେସ୍‌ କଲେ ଯୁବତୀ, ଆଉ ତା ପରେ

ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ବିବାହ ନ କରିବା ଆଜିକାଲି ଯୁବପିଢ଼ିଙ୍କ ଟ୍ରେଣ୍ଡ ହୋଇଗଲାଣି। ଏଭଳି ପରିସ୍ଥିତିରେ ଜଣେ ଯୁବତୀ ୮ ବର୍ଷ ପ୍ରେମ ସମ୍ପର୍କରେ ରହି ମଧ୍ୟ ବିବାହ ନକରିବାରୁ ତାଙ୍କ ପ୍ରେମିକଙ୍କ ନାମରେ କେସ୍‌ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ପ୍ରେମିକ ତାଙ୍କ ସମୟ ନଷ୍ଟ କରିଛି। ମହିଳା ହେଲେ ଆଫ୍ରିକୀୟ ଦେଶ ଜାମ୍ବିଆର ୨୬ ବର୍ଷୀୟା ଗର୍ଟରୁଡ ନାଗମା।

ନାଗମା କହିଛନ୍ତି ଯେ ୨୮ ବର୍ଷୀୟ ପ୍ରେମିକ ହର୍ବର୍ଟ ସାଲାଲିକ୍‌ କେବେ ବି ସିରିୟସରେ ରହୁ ନଥିଲେ, ତେଣୁ ତାଙ୍କୁ କେସ୍‌ କରିବାକୁ ପଡିଲା। ସେ ଏହା ମଧ୍ୟ କହିଛନ୍ତି ତାଙ୍କୁ ତାଙ୍କ ଭବିଷ୍ୟତ ଜାଣିବା ଲାଗି ଅଧିକାର ଅଛି।

ନାଗମା କହିଛନ୍ତି, ତାଙ୍କର ଏକ ସନ୍ତାନ ଅଛି ଏବଂ ସାଲାଲିକ ବିବାହ କରିବାକୁ ପ୍ରତିଶୃତି ଦେଇ ମଧ୍ୟ ବିବାହ କରୁ ନାହାନ୍ତି।

ସାଲାଲିକ କୁହନ୍ତି ଆର୍ଥିକ କାରଣରୁ ସେ ବିବାହ ପାଇଁ ପ୍ରସ୍ତୁତ ନୁହଁନ୍ତି। ମାତ୍ର ନାଗମା ସ୍ଥାନୀୟ ରୀତିନୀତି ଅନୁଯାୟୀ ତାଙ୍କ ପରିବାରକୁ ଯୌତୁକ ପ୍ରଦାନ କରିସାରିଛନ୍ତି, ସେ ବିବାହକୁ ଅପେକ୍ଷା କରି ଥକି ଯାଇଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସେ ସାଲାଲିକ୍‌ ଉପରେ ସନ୍ଦେହ କରୁଛନ୍ତି। ସେ ଜାଣିବାକୁ ପାଇଛନ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଅଛି।

Share