ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ମହିଳା

ସୁନ୍ଦରଗଡ଼,୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ ମିଟୁଡୁଙ୍ଗୁରୀ ବନଦୁର୍ଗା ମନ୍ଦିର ପଛ ପାଖରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ଜଣେ ମହିଳା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ନିକଟସ୍ଥ ଠେଲକୋବୁଡ ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।