Categories: ଫୁରସତ

ନିଜ ଟୁଥବ୍ରଶକୁ ଖାଇଦେଲେ ମହିଳା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ। କିନ୍ତୁ ତାକୁ ଯଦି ଜଣେ ଖାଦ୍ୟ ଭାବେ ଗିଳିଦିଏ? ନିକଟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି। ଯାହା ଲୋକଙ୍କୁ ତାଜୁବ କରିଦେଇଛି। ଜଣେ ସ୍ପେନୀୟ ମହିଳା ତାଙ୍କ ଟୁଥବ୍ରଶକୁ ଗିଳି ଦେଇଛନ୍ତି ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। କହିବାକୁ ଗଲେ ସେ ମୃତ୍ୟୁ ମୁଖରୁ ରକ୍ଷା ପାଇଥିଲେ।

ମହିଳା ଜଣକ ସ୍ପେନର ଗାଲଡାକାଓର ବାସିନ୍ଦା। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏହି ୨୧ ବର୍ଷୀୟ ମହିଳା ବ୍ରଶ କରିବା ସମୟରେ ତାଙ୍କ ଗଳାରେ ଲାଖିଥିବା ଖାଦ୍ୟ ଖଣ୍ଡକୁ ବାହାର କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ହଠାତ ସେ ବ୍ରଶଟିକୁ ହିଁ ଗିଳି ଦେଇଥିଲେ।

ଘଟଣାଅନୁସାରେ, ମହିଳା ଜଣକ କଦଳୀ ଖାଉଥିଲେ ଏବଂ ଏହାର କିଛି ଅଂଶ ତାଙ୍କ ଗଳାରେ ଲାଖି ଯାଇଥିଲା। ଗଳାରେ ଲାଖି ଯିବାରୁ ସେ ଅସହଜମନେ କରି ନିଜ ଟୁଥବ୍ରଶ ସାହାଯ୍ୟରେ ଗଳାକୁ ସଫା କରିବାକୁ ଲାଗିଲେ। ହେଲେ ଏପରି କରିବା ଭିତରେ ସେ ୮ଇଞ୍ଚର ଟୁଥବ୍ରଶ ଗିଳି ଦେଇଥିଲେ।

ଏପରି ପରିସ୍ଥିତିରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶେଷରେ, ତିନି ଘଣ୍ଟାର ପରୀକ୍ଷା ଓ ୪୦ ମିନିଟର ପ୍ରୟାସ ପରେ ଡାକ୍ତରମାନେ ତାଙ୍କ ଗଳାରେ ଅଟକିଥିବା ବ୍ରଶକୁ ବାହାର କରିଥିଲେ।

Share