ସ୍ତ୍ରୀ, ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ଅତ୍ୟନ୍ତ ନିବିଡ଼। ଏହାକୁ ପ୍ରମାଣକରି ଦେଖାଇଛନ୍ତି ଆମେରିକାର ଫ୍ଲୋରିଡାର ମେରି ଡାନିଏଲ। ସ୍ବାମୀଙ୍କ ପାଇଁ ସେ ବାସନ ମାଜିବାକୁ ମଧ୍ୟ ପଛାଇ ନାହାନ୍ତି।
ମେରିଙ୍କ ସ୍ବାମୀ ଷ୍ଟିଭ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ଡାକ୍ତରଙ୍କ ବ୍ୟତିତ ତାଙ୍କୁ କେହି ଦେଖାକରିପାରିବେ ନାହିଁ। ସ୍ତ୍ରୀ ମେରି ମଧ୍ୟ ନୁହନ୍ତି। ଏଥିସହ ଲକ୍ଡାଉନ୍ ମଧ୍ୟ ଜାରି ରହିଥିଲା। ତେଣୁ ମେରି ସ୍ବାମୀଙ୍କୁ ଦେଖିକରିବା ପାଇଁ ଏକ ଉପାୟ କଲେ। ସେ ହସ୍ପିଟାଲରେ ବାସନ ମାଜିବାର କାମ କଲେ। ମାତ୍ର ଏହା ତାଙ୍କ ପାଇଁ ସହଜ ନ ଥିଲା।
ଏ ନେଇ ମେରି କୁହନ୍ତି, ଉଭୟ ଦମ୍ପତି ପରସ୍ପରଠାରୁ କେବେ ଅଲଗା ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ମାତ୍ର ହସ୍ପିଟାଲରେ ଥିବା ସ୍ବାମୀଙ୍କୁ ୧୦୪ ଦିନ ହେଲା ଦେଖି ନ ଥିଲେ। ଏଥିପାଇଁ ସେ ସୋସିଆଲ ମିଡିଆରେ ଅନେକ ପୋଷ୍ଟକରି ସରକାରଙ୍କୁ ମଧ୍ୟ ନିବେଦନ କରିଥିଲେ। ହଠାତ୍ ମେରିଙ୍କୁ ନର୍ସି ହୋମ୍ରୁ ପାଟ୍ ଟାଇମ୍ ଡିସ୍ ଓ୍ବାସର ପାଇଁ ଏକ ଫୋନ୍ କଲ୍ ଆସିଥିଲା। ସଙ୍ଗେ ସଙ୍ଗେ ସେ ହଁ କରିଥିଲେ। ସ୍ବାମୀଙ୍କ ପାଇଁ ସବୁକଛି କରିପାରିବି, ଯାହାକି ମୋର ସକ୍ଷମ ବୋଲି ମେରି କହିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ