ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମିର୍ଦ୍ଧାଡେରାରେ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରୁବାଲି ଖଡ଼ିଆ(୫୦)। ପୋଲିସ ହତ୍ୟାକାରୀ ସ୍ବାମୀ ରମେଶ ଖଡିଆଙ୍କୁ ଗିରଫ କରିଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିଛି। ପୋଲିସ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଛି। ପୁଅ ରାହୁଲଙ୍କ ଅଭିଯୋଗକୁ ଭିତ୍ତି କରି ବେଲପାହାଡ଼ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୨୫/୨୨) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ସ୍ବାମୀ ମଦ ପିଇ ଘରକୁ ଆସିଥିଲେ। ଏନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ତାଙ୍କର ୨ ପୁଅ ଏକ ବାହାଘର ଉତ୍ସବରେ ଯୋଗଦେବାକୁ ଯାଇଥିଲା। ଏହାର ସୁଯୋଗ ନେଇ ରମେଶ ସ୍ତ୍ରୀ ସୁରୁବାଲିଙ୍କୁ ଠେଙ୍ଗାରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ସୁରୁବାଲିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

 

Share