ଚଳନ୍ତା ବସରେ ଓ୍ବାକ୍ସିଂ କଲେ ଯୁବତୀ

କଲମ୍ବିଆ,୨୬।୧୦: ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକଙ୍କୁ ନିଜ ପାଇଁ ଟିକିଏ ଫୁରସତ ନାହିଁ। ଆଖପାଖରେ ଆପଣ ଏପରି ଲୋକଙ୍କୁ ଦେଖୁଥିବେ ଯେଉଁମାନେ ଗୋଟିଏ ସମୟରେ ଏକରୁ ଅଧିକ କାର୍ଯ୍ୟ କରିବାରେ କ୍ଷମତା ରଖିଥା’ନ୍ତି। ଏହାରି ଭିତରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ତାଜୁବ ହୋଇଯିବେ।

କଲମ୍ବିଆର ବୋଗୋଟା ସହରରେ ଏକ ଚଳନ୍ତା ବସରେ ଜଣେ ଯୁବତୀ ଫୋନରେ କଥା ହେବା ସହ ଗୋଡରେ ଓ୍ବାକ୍ସିଙ୍ଗ କରୁଛନ୍ତି। ଏହାକୁ ଦେଖି ପାଖରେ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଦେଖି ଚାଲୁଛନ୍ତି।

 

Share