Categories: ଜାତୀୟ

ଚାକରାଣୀ ସାଜି ୧୦୦ ଘରୁ କଲେ ଚୋରି, ଦିଲ୍ଲୀରେ କିଣିଲେ ଫ୍ଲାଟ୍‌

ଗାଜିଆବାଦ୍‌,୧୮।୮: ଗାଜିଆବାଦ୍‌ର ଇନ୍ଦିରାପୁରମରେ ଏକ ରୋଚକ ଘଟଣା ଘଟିଛି। ଚାକରାଣୀ ସାଜି ଜଣେ ମହିଳା ୧୦୦ରୁ ଅଧିକ ଘରେ ଚୋରି କରି ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି। ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଦସ୍ୟ ପୁନମ ଶାହା ଓରଫ୍‌ ପ୍ରୀତି। ସେ ଅନ୍ୟ ସାଥୀ ବଣ୍ଟି ଏବଂ ତାଙ୍କ ସ୍ବାମୀ ଗୌତମ ଶାହାଙ୍କ ସହ ମିଶି ଚୋରି କରୁଥିଲେ। ପଚରାଉଚରା ପରେ ଦିଲ୍ଲୀ, ହରିୟାଣା, ଗୁରୁଗାଓଁ, ୟୁପି ଏବଂ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ୧୦୦ରୁ ଅଧିକ ଚୋରି ଘଟଣାରେ ସେ ସମ୍ପୃକ୍ତ ଥିବା ପୋଲିସ ପ୍ରକାଶ କରିଛି। ପୋଲିସ ତାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଜବତ କରିଛି।
ପୋଲିସ ଅଧୀକ୍ଷକ ଦ୍ୱିତୀୟ ଜ୍ଞାନେନ୍ଦ୍ର କୁମାର ସିଂ କହିଛନ୍ତି, ପୁନମ ଗତ ୯ ବର୍ଷ ଧରି ବିଭିନ୍ନ ଘଷର କାମ କରିବା ବାହାନାରେ ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କରୁଥିଲେ। ପୁନମ ଚୋରି କରି ଦିଲ୍ଲୀରେ ଏକ ଫ୍ଲାଟ୍‌ କିଣିଛନ୍ତି। ଏଥିରେ ତାଙ୍କୁ ସ୍ବାମୀ ଏବଂ ଜଣେ ସହଯୋଗୀ ସହଯୋଗ କରିଥିଲେ।

Share