ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀ୍ରେ ସୋମବାର ସାରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।
ସୋମବାରରାତିଲେ ତୁରୁମୁଙ୍ଗା ପୋଲିସ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦେହଟି ହେଉଛି ଖିରେଇଟାଙ୍ଗୀରୀ ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତ (୪୦ )ଙ୍କର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ବାମୀ ଗିରିଧାରୀ ମହାନ୍ତଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗିରହୁଥିଲା। ଗତ ୨ ଦିନ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଲକ୍ଷ୍ମୀପ୍ରିୟା ନିଖୋଜ ଥିଲେ।ଏ ନେଇ ଲକ୍ଷ୍ମୀ ପ୍ରିୟାଙ୍କ ବାପା ବୈଷ୍ଣବ ମହାନ୍ତ ସୋମବାର ତୁରୁମୁଙ୍ଗା ଥାନାରେ ତାଙ୍କ ଜ୍ୱାଇଁ ଗିରିଧାରୀ ଝିଅ ଲକ୍ଷ୍ମୀ ପ୍ରିୟାଙ୍କୁ ମାଡ଼ ମାରିଥିବାର ଅଭିଯୋଗ କରିଥିଲେ। ଏେ ନଇ ତୁରୁମୁଙ୍ଗା ଥାନାରେ ୮୩/୨୩ ରେ ଏକ ମାମଲା ରୁଜୁ ହୋଇଥିଲା। ବହୁ ଖୋଜାଖୋଜା ପରେ ପୋଖରୀରେ ମୃତଦେହ ଭାସୁଥିବା ଖବରପାଇ ସୋମବାର ରାତିରେ ପୋଲିସ ଓ ଦମକଳ ବାହିନୀ ଗାଁ ପୋଖରୀରୁ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଏସ୍ଆଇ ଜାନକୀ ମାରାଣ୍ଡି କହିଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀଙ୍କୁପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।