ଜଙ୍ଗଲ ଭିତରେ ପଡି ରହିଛି ମହିଳାଙ୍କ ମୃତଦେହ : ବଳାତ୍କାର ପରେ ହତ୍ୟା ସନ୍ଦେହ 

ମୋରଡା,୧୪।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଜଗନ୍ନାଥ ମନ୍ଦିର ପାଖ ଜଙ୍ଗଲରେ ଜଣେ ଲୋଧା ଜନଜାତି ମହିଳାଙ୍କ ମୃତଦେହ ପଡିରହିଛି ।
ସୂଚନା ମୁତାବକ, ସକାଳେ ସ୍ଥାନୀୟ ଲୋକେ ପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଉକ୍ତ ମହିଳାଙ୍କ ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡିଥିବା ଦେଖିଥିଲେ। ତେବେ ଖବରପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକ ଜଣକ ହେଲେ ଉକ୍ତ ଥାନା ଅଧୀନ ଟିଆଁସି ଗ୍ରାମର ଦୁର୍ଗା ନାଏକଙ୍କ ସ୍ତ୍ରୀ ଖଲି ନାଏକ । ଦୁର୍ଗା ଗତ ବୁଧବାର ବାପଘର ହାଣ୍ଡିଭଙ୍ଗା ଗ୍ରାମରେ ଥିବା ବେଳେ ଘରୁ କୁଆଡେ ଯାଇ ଘରକୁ ଫେରି ନ ଥିଲେ ବୋଲି ମୃତ ଖଲିଙ୍କ ମା ଭାରତୀ ମଳିକ କହିଛନ୍ତି । ତେବେ ଅପରାହ୍ନରେ ମୟୂରଭଞ୍ଜ ଅତିରିକ୍ତ ଏସ୍‌ପି ସବିତା ମାଝୀ,ସାଇଣ୍ଟିଫିକ ଟିମର ସଦସ୍ୟ ବନମାଳୀ ମହାନ୍ତି, ଜୟନ୍ତ କୁମାର ମୁର୍ମୁ ଏବଂ  ପରେ ପରେ ଏସ୍‌ପି ବରୁଣ ଗୁଣ୍ଟୁପାଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଉକ୍ତ ମହିଳା ଜଣଙ୍କୁ ବଳାତ୍କାର  ପରେ ହତ୍ୟା କରା ଯାଉଥିବାର ସନ୍ଦେହ କରଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର

ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍...

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image