ଫରିଦାବାଦ, ୧୯।୭: ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଆଉ ଏକ ଘଟଣା ଦିଲ୍ଲୀର ଫରିଦାବାଦରୁ ସାମ୍ନାକୁ ଆସିଛି। ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ଯେଉଁ ପରିବାର ଲୋକଙ୍କୁ ପୁରୁଷଙ୍କ ଶବ ଦେବାର ଥିଲା ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ମହିଳାଙ୍କ ଶବ ଦେଇଥିଲେ। ଜରିରେ ଗୁଡ଼ା ହୋଇଥିବା ଶବକୁ ନେଇ ପରିବାର ଲୋକ ଯେତେବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ପହଞ୍ଚତ୍ଥିଲେ ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଅନ୍ତିମ ସଂସ୍କାର ପାଇଁ ଯେତେବେଳେ ଜରିରୁ ଶବକୁ ବାହାରକୁ କଢ଼ା ଯାଇଥିଲା ସେତେବେଳେ ପରିଜନ ଲୋକ ଚକିତ ହୋଇଯାଇଥିଲେ। ମୃତ ଶରୀର ପୁରୁଷ ନୁହେ ବରଂ ଜଣେ ମହିଳାଙ୍କର ଥିଲା। ପରିବାର ଲୋକ ଶବ ଅବଦଳ ବଦଳ ହୋଇଥିବା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଭୁଲ ଜାଣିପାରି ପୁରୁଷଙ୍କ ଶବ ନେଇ ଶ୍ମଶାନରେ ପହଞ୍ଚତ୍ଥିଲେ। କିନ୍ତୁ ପରିବାର ଲୋକେ ମହିଳାଙ୍କ ଶବ ହସ୍ପିଟାଲ କର୍ତ୍ତୃପକ୍ଷକୁ ଦେବାକୁ ମନା କରିଦେଇଥିଲେ। ପୋଲିସ ଆସିଲା ପରେ ମହିଳାଙ୍କ ଶବ ଦିଆଯିବ ବୋଲି ସେମାନେ କହିଥିଲେ। ଶେଷରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚତ୍ବା ପରେ ଘଟଣାର ସମାଧାନ ହୋଇଥିଲା।