Categories: ଜାତୀୟ

ଶବାଗାରରେ ମହିଳାଙ୍କ ମୃତଦେହ ମୂଷା ଖାଇଗଲେ

ଆଜମଗଡ଼, ୬।୫: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାର ଏକ ହସ୍ପିଟାଲ ଶବାଗାରରେ ଜଣେ ମହିଳାଙ୍କ ମୃତଦେହ ୪ ଦିନ ପଡ଼ିରହିବା ଫଳରେ ଏହାକୁ ମୂଷା ଓ ପିମ୍ପୁଡ଼ି ଖାଇଯାଇଛନ୍ତି। ଦୁର୍ଘଟଣାରେ ଆହତ ଅପରିଚିତ ମହିଳାଙ୍କୁ ଗତ ମାସ ୨୯ରେ ବଳରାମପୁର ମଣ୍ଡଲ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତା’ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପାଇଁ ମୃତଦେହ ଶବାଗାରକୁ ପଠାଇ ଦିଆଯିବା ସହ ପୋଲିସକୁ ସୂଚନା ଦିଆଯାଇଥିଲା। ମୃତଦେହକୁ ମୂଷା, ପିମ୍ପୁଡ଼ି ଖାଇବା ଘଟଣାରେ ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଇଛି।

Share