ବାର୍‌ହା ଫାସରେ ଗଲା ମହିଳାଙ୍କ ଜୀବନ

ବୁଗୁଡ଼ା,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ଗୌଡିଆ ବରୋଦା ପଞ୍ଚାୟତର ଗାନ୍ଧୀ ଗ୍ରାମରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଗୁରୁତର ହୋଇଥିବା ମହିଳା ଚାଷୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ବାବୁଲା ସ୍ବାଇଁଙ୍କ ସ୍ତ୍ରୀ ରଜନୀ (୪୫)। ରବିବାର ରଜନୀ ବିଲରେ କଟା ହୋଇଥିବା ଧାନ ଘୋଡ଼ାଇବାକୁ ଯାଉଥିବା ବେଳେ ପଡିଆଭଙ୍ଗାଠାରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଶରୀର ଜଳି ଯାଇଥିଲା। ତାଙ୍କୁ ପ୍ରଥମେ ବୁଗୁଡ଼ା ମେଡିକାଲ, ପରେ ବ୍ରହ୍ମପୁର ମେଡିକାଲ ଓ ତା’ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share