ରାସ୍ତାକଡ଼ରେ ପଡ଼ି ରହିଛି ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପାଟଣାଗଡ଼ ପୋଲିସ

ପାଟଣାଗଡ଼,୧୧।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧୁବଲପଡ଼ା ଗ୍ରାମ ନିକଟରେ ଥିବା ଏକ ଚିନାବାଦାମ କ୍ଷେତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଅପରାହ୍ନରେ କ୍ଷେତରେ ମହିଳା ମୃତଦେହ ପଡ଼ିଥିବା ନେଇ କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ଗ୍ରାମରକ୍ଷୀଙ୍କୁ ଖବର ଦେଇଥିବା ବେଳେ ପୋଲିସକୁ ଖବର ଦିଆଯାଇଥିଲା। ତେବେ ମୃତଦେହ ଉପରେ ଚିନାବାଦାମ ଗଛ ଢ଼ାଙ୍କି ଦିଆଯାଇଥିବା ଦେଖିବାକୁ ମିଳୁଛି। ପାରିପାଶ୍ୱିକ ପରିସ୍ଥିତିରୁ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରହିଛି।

Share