Categories: ଫୁରସତ

‘ମୋତେ ସାବୁନ ପସନ୍ଦ’ କହି ଖାଇବାକୁ ଲାଗିଲେ ମହିଳା, ଭିଡିଓ ଭାଇରାଲ ହେବା ପରେ ଜଣାପଡ଼ିଲା ସତ

ମୋତେ ସାବୁନ ପସନ୍ଦ । ଏଭଳି କହି ଜଣେ ମହିଳା ସାବୁନକୁ ଦୁଇଖଣ୍ଡ କରି କାଟିଲେ। ପରେ ଏହାକୁ ବେଶ ଆଗ୍ରହର ସହ ଚୋବେଇବାକୁ ଲାଗିଲେ। ସୋସିଆଲ ମିଡିଆରେ ମହିଳାଙ୍କର ଏଭଳି କାରନାମାର ଭିଡିଓ ଭାଇରାଲ ହେବା ପରେ ଯେକେହି ଚକିତ ହୋଇଯାଇଥିଲେ। ଅନେକ ଖାଇବା ଜିନିଷ କ’ଣ କମ୍‌ ଅଛି ଯେ ତୁମେ ସାବୁନ ଖାଉଛ ବୋଲି କହୁଥିବା ଦେଖାଯାଇଥିଲା। ମାତ୍ର ପରେ ଘଟଣା ପଛର ସତ ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ମଧ୍ୟ ଲୋକେ ଆହୁରୀ ଚକିତ ହୋଇଛନ୍ତି। ଆସନ୍ତୁ ଜାଣିବା…

ଭିଡିଓରେ ନଜର ଆସୁଥିବା ମହିଳା ହେଲେ ସୂଚି ଦତ୍ତା। ସେ କୋଲକାତା ବାସିନ୍ଦା। ସେ ଜଣେ ପ୍ରତିଭାଶାଳୀ ବ୍ୟାଙ୍କର ହୋଇଥିବା ବେଳେ ବାସ୍ତବତାକୁ ନେଇ କେକ୍‌ ପ୍ରସ୍ତୁତ କରିଥାନ୍ତି। ସେ ପ୍ରସ୍ତୁତ କରିଥିବା ନୂତନ କେକ୍‌କୁ ସେ ରିଲ୍‌ କରି ଶେୟାର କରିଥାନ୍ତି। ଭାଇରାଲ ଭିଡିଓଟି ସେଥିରୁ ଗୋଟିଏ। ସୂଚି ଖାଉଥିବା ଜିନିଷଟି ସାବୁନ ନୁହେଁ ବରଂ ସାବୁନ ଭଳି ଦେଖାଯାଉଥିବା କେକ୍‌ ବୋଲି ସ୍ପଷ୍ଟ ହୋଇଛି। ଇନଷ୍ଟାଗ୍ରାମରେ ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ସୂଚି ନିଜର କେକ୍‌କୁ ଶେୟାର କରିଥିଲେ ହେଁ କ୍ୟାପଶନରେ ସାବୁନ ଖାଇବାକୁ ଭଲଲାଗେ ବୋଲି ଲେଖିଥିଲେ। ଯାହାକୁ ଦେଖି ଯେକେହି ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଏପରିକି କିଛି ନଭାବି କମେଣ୍ଟ କରିବାକୁ ଲାଗିଥିଲେ। ପୂୂରା ଭିଡିଓ ଦେଖିବା ପରେ ସତ ସାମ୍ନାକୁ ଆସିଥିଲା।

Share