ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମହିଳାଙ୍କଠାରୁ କିରାସିନି ବୋତଲ, ଡିଆସିଲି, ଏକ ବିଷ ବୋତଲ ଜବତ କରିଛି। ଏପରିକି ପୋଲିସ ମହିଳାଙ୍କୁ ଉଦ୍ଧାର କରି ପିସିଆର୍‌ ଭ୍ୟାନ୍‌ରେ ଟାଉନ ଥାନାକୁ ନେଇଛି। ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଜଣକ ବଳରାମପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ସ୍ତ୍ରୀ କମଳା ଜେନା ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, କମଳାଙ୍କ ପଡ଼ିଶା ଘର ଲୋକେ ଜମି ବିବାଦ ନେଇ ତାଙ୍କୁ ଗାଳି କରିବା ସହ ବିଭିନ୍ନ ସମୟରେ ମାଡ଼ମାରି ଆକ୍ରମଣ କରୁଥିଲେ। ଏନେଇ ସେ ବାରମ୍ବାର ସଦର ଥାନା ଅଧିକାରୀ ଏବଂ ଏସ୍‌ପିଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ଏପରିକି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସି ନ୍ୟାୟ ପାଇଁ ଗୁହାରୀ କରିଥିଲେ। ହେଲେ ତାଙ୍କୁ ନ୍ୟାୟ ମିଳି ନ ଥିଲା। ଫଳରେ ସେ ବାଧ୍ୟ ହୋଇ ଜିଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା କମଳା କହିଛନ୍ତି।

Share