ନାରୀ ଓ ମାନବ ଅଧିକାର

ସୌର ଚନ୍ଦ୍ର ମହାପାତ୍ର

ଆଜି ବିଶ୍ୱ ମାନବ ଅଧିକାର ଦିବସ। ଭାରତ ସରକାର ୧୯୯୩ ମସିହାରେ ଜାତୀୟ ମାନବ ଅଧିକାର ଆୟୋଗ ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ଅନୁଯାୟୀ ମାନବ ଅଧିକାର ଅର୍ଥ ସମ୍ବିଧାନ ଦ୍ୱାରା ଏବଂ ଆନ୍ତର୍ଜାତିକ ଚୁକ୍ତିରେ ସନ୍ନିବିଷ୍ଟ ଏବଂ ଭାରତ ବର୍ଷର ଅଦାଲତରେ ପ୍ରବର୍ତ୍ତନୀୟ ବ୍ୟକ୍ତିବିଶେଷଙ୍କ ଜୀବନ, ସ୍ବାତନ୍ତ୍ର୍ୟ, ସମାନତା ଏବଂ ସମ୍ମାନ ବା ମର୍ଯ୍ୟାଦା ସମ୍ପର୍କୀୟ ଅଧିକାରକୁ ବୁଝାଇବ। ସୂଚନାଯୋଗ୍ୟ ଓଡ଼ିଶାରେ ମାନବ ଅଧିକାର କମିଶନ ୨୦୦୩ ଜୁଲାଇରେ ସ୍ଥାପିତ ହୋଇଛି। ନାରୀ ନିର୍ଯାତନା ରୋକିବା ଲାଗି ଯେଭଳି ମହିଳା ସଂଗଠନ ଗଠନ କରାଯାଇଛି, ଠିକ୍‌ ସେହିଭଳି ମାନବ ସୁରକ୍ଷା ଲାଗି ଜାତୀୟ ମାନବ ଅଧିକାର କମିଶନ ଗଠନ କରାଯାଇଛି। ଆମ ରାଜ୍ୟରେ ମାନବ ଅଧିକାର କମିଶନ ଗଠନ ହେବା ପରଠାରୁ ମହିଳାମାନେ ବିଶେଷକରି ମାନବ ଅଧିକାର ସଂକ୍ରାନ୍ତରେ ତ୍ୱରିତ ନ୍ୟାୟ ପାଇବାରେ ସକ୍ଷମ ହେଉଛନ୍ତି।
କେବେ ବାଧ୍ୟବାଧକତାରେ ତ କେବେ ମାନ୍ୟବର ନ୍ୟାୟାଧୀଶଙ୍କ ପ୍ରଗତିଶୀଳ ଦୃଷ୍ଟିଭଙ୍ଗୀ ଯୋଗୁ ନାରୀ ପାଇଛି ସମ୍ମାନର ସହ ବଞ୍ଚତ୍ବାର ଅଧିକାର। ଆଇନର ଆଖି ଏବେ ଉଭୟ ପୁରୁଷ ଓ ନାରୀଙ୍କୁ ସମଦୃଷ୍ଟିରେ ଦେଖୁଛି। କିଛି ଦଶନ୍ଧି ପୂର୍ବକୁ ଫେରିଗଲେ ଆମେ ଅନେକ ଆଇନଗତ ଉଦାହରଣ ଦେଖିବାକୁ ପାଇବା ; ଯାହା ପ୍ରମାଣିତ କରେ କିଭଳି ନୂ୍ୟନ ଅବସ୍ଥାରେ ଥିଲେ ଭାରତୀୟ ନାରୀ। ୧୯୩୮ରେ ଅଦାଲତରେ ଏମିତି ଅନେକ ମାମଲାର ଶୁଣାଣି ହୋଇଛି, ଯେଉଁଥିରେ ସ୍ତ୍ରୀଙ୍କୁ ମାରପିଟ୍‌ କରିବା ସହ ଗାଳିଗୁଲଜ କରିବା ଭଳି ଅପରାଧକୁ ବିବେଚନା କରାଯାଇ ନ ଥିଲା। ୧୯୩୬ରେ ମାଡ୍ରାସର ସୁବିୟା ରୋଜାନ ଯେତେବେଳେ ନିଜର ସ୍ତ୍ରୀଙ୍କୁ ପିଟୁଥିଲେ ମଝିରେ ତାଙ୍କ ଶାଶୁ ତାଙ୍କୁ ଛଡ଼ାଇବାକୁ ଆସିଲେ। ସୁବିୟାଙ୍କ ମାଡ଼ରେ ତାଙ୍କ ଶାଶୁଙ୍କର ମୃତ୍ୟୁ ହେଲା। ଏହି ମାମଲାରେ ଅଦାଲତ ନିଷ୍ପତ୍ତି ଥିଲା ଯେ ସ୍ତ୍ରୀଙ୍କୁ ସ୍ବାମୀ ବାଡ଼େଇପାରିବେ। ସେସନ୍‌ ଜଜ୍‌ ଓଲଟା ପୋଲିସ ଉପରେ ରାଗିଥିଲେ ଯେ ସ୍ତ୍ରୀଙ୍କୁ ପିଟିବାର ଅଭିଯୋଗ କାହିଁକି ସେ ସ୍ବାମୀଙ୍କ ଉପରେ କଲେ। ଅବଶ୍ୟ ଉଚ୍ଚନ୍ୟାୟାଳୟ ସେସନ୍‌ ଜଜ୍‌ଙ୍କ କଥାରେ ହଁ ନ କରି କହିଥିଲେ ଯେ, ଏମିତି କୌଣସି ନିୟମ ନାହିଁ ଯେ ସ୍ବାମୀ ଯେତେବେଳେ ଚାହିଁବେ ସ୍ତ୍ରୀଙ୍କୁ ବାଡ଼େଇପାରିବେ। ପରବର୍ତ୍ତୀ କାଳରେ ନାରୀ ପାଇଁ ବିଚାରଧାରାରେ ଅନେକ ଆଇନ ପ୍ରବର୍ତ୍ତିତ ହୋଇଛି।
ସେହିଁ ଆଇନଗୁଡ଼ିକ ହେଉଛି ,ଫ୍ୟାକ୍ଟ୍ରି ଆଇନ (୧୯୪୮) : କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ସୁରକ୍ଷା ପାଇଁ ଏହି ବିଲ୍‌ ପ୍ରଣୟନ କରାଯାଇଛି। ଏହାଦ୍ୱାରା ମହିଳାମାନଙ୍କ ପାଇଁ ଶୌଚାଳୟ, ପିଇବା ପାଣି, ତାଙ୍କ ପିଲାମାନେ କିପରି ସୁରକ୍ଷିତ ରହିପାରିବେ ଓ କେମିତି ପରିବେଶରେ ରହିବେ ଦୃଷ୍ଟି ଦିଆଯିବ। ସ୍ପେଶାଲ୍‌ ମ୍ୟାରେଜ୍‌ ଆକ୍ଟ (୧୯୫୪) : ଏହି ଆଇନ ଅନୁସାରେ ଝିଅକୁ ବିବାହ ପାଇଁ ଅତିକମ୍‌ରେ ୧୮ବର୍ଷ ହେବା ଦରକାର। ଆଉ ସେ ନିଜ ଇଚ୍ଛାରେ ବିବାହ କରିପାରିବେ। ଯଦି ଚାହିଁବେ ଅନ୍ୟ ଜାତିରେ ମଧ୍ୟ ବିବାହ କରିପାରିବେ। ଚାଇଲ୍ଡ ଆଡ଼ପ୍ସନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ (୧୯୫୬) : ଏହି ଆଇନ ଅନୁସାରେ ମାଆ ନିଜ ସନ୍ତାନର ଅଭିଭାବକ ହେବା ପାଇଁ ଦାବି କରିପାରିବ। ସ୍ବାମୀ ତାକୁ ଛାଡ଼ି ଅନ୍ୟତ୍ର ରହୁଥିଲେ ସେ ସ୍ବାମୀଙ୍କଠାରୁ ଭରଣପୋଷଣ ବାବଦରେ ତାଙ୍କ ରୋଜଗାରର ଏକ ତୃତୀୟାଂଶ ପାଇପାରିବେ। ସମ୍ପତ୍ତିଗତ ଅଧିକାର (୧୯୩୯) : ଝିଅ ଯଦି ବିଧବା, ସ୍ବାମୀ ପରିତ୍ୟକ୍ତା ଓ ଭିନ୍ନକ୍ଷମ ହୋଇଥାଏ ତାହାହେଲେ ସେ ବାପଘରେ ରହିପାରିବେ। ହିନ୍ଦୁ ସକ୍‌ସେସନ୍‌ ଆକ୍ଟ (୧୯୫୬) : ଏହି ଆଇନ ଅନୁସାରେ ଝିଅପୁଅଙ୍କର ସମ୍ପତ୍ତି ଉପରେ ସମାନ ଅଧିକାର ରହିବ। ଅବଶ୍ୟ ଏହା କେବଳ ହିନ୍ଦୁ ଝିଅମାନଙ୍କ ପାଇଁ। ଯଦି ପଦୋନ୍ନତି ହେବାର ଥାଏ ତାହାହେଲେ ତାକୁ ରୋକାଯିବ ନାହିଁ। ତେବେ ଓଡ଼ିଶାରେ ଏକ ପ୍ରସୂତିକାଳୀନ ଛୁଟି ୩ ମାସ ଥିବା ବେଳେ ଅନ୍ୟ ରାଜ୍ୟରେ ୬ ମାସ ରହିଛି। ଏହି ଛୁଟି ସମୟ ସରକାରୀ ଓ ବେସରକାରୀ ସଂସ୍ଥାରେ କାମ କରୁଥିବା ମହିଳାମାନଙ୍କୁ ଦିଆଯିବ। ଦରମା ଅଧିକାର : ଏହି ଅଧିକାରରେ ନାରୀ ଓ ପୁରୁଷ ସମାନ ଦରମା ପାଇବେ। ଯେ କୌଣସି ସ୍ତରରେ କାମ କରୁଥିବା ମହିଳା ଓ ପୁରୁଷମାନଙ୍କ ପାଇଁ ଏହି ଆଇନ ଲାଗୁ ହେବ। ଯୌତୁକ ବିରୋଧୀ ଆଇନ (୧୯୬୧) : ଏହି ଆଇନ ଅନୁସାରେ ଯୌତୁକ ନେବା ଓ ଦେବା ହେଉଛି ଉଭୟ ଅପରାଧ। ଏଥିରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଦଣ୍ଡିତ ହେବେ। ଇଣ୍ଡିସେଣ୍ଟ ରିପ୍ରେଜେଣ୍ଟେଶନ୍‌ ଅଫ୍‌ ଓମେନ୍‌ (ପ୍ରୋହିବିଶନ୍‌ ଆକ୍ଟ) ୧୯୮୬) : ଏହି ଆଇନ ଅନୁସାରେ ନାରୀମାନଙ୍କୁ ଅଶ୍ଳୀଳ ଭାବରେ ଚିତ୍ରିତ କରାଯାଇପାରିବ ନାହିଁ। ଅଶ୍ଳୀଳ ଦ୍ୱିଅର୍ଥବୋଧକ ଗୀତ, ଖବରକାଗଜରେ ଅଶ୍ଳୀଳ ଫଟୋ ଛପାଗଲେ ଜେଲ ଜରିମାନା ସହିତ ଦଣ୍ଡ ବ୍ୟବସ୍ଥା ରହିଛି। ନ୍ୟାଶନାଲ୍‌ କମିଶନ ଅଫ୍‌ ଓମେନ୍‌ ଆକ୍ଟ (୧୯୯୦) : ଏହି ଆଇନ ଅନୁସାରେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଜାତୀୟ ଓ ରାଜ୍ୟସ୍ତରରେ ମହିଳା କମିଶନ ଖୋଲାଯାଇଛି। କନ୍ୟାଭ୍ରୂଣ ହତ୍ୟା ବିରୋଧୀ ଆଇନ (୨୦୦୨) : ଏହି ଆଇନ ଅନୁସାରେ କନ୍ୟାଭ୍ରୂଣ ନଷ୍ଟ କରିଥିବା ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ସେମାନଙ୍କୁ ଜରିମାନା ଓ ଜେଲଦଣ୍ଡରେ ଦଣ୍ଡିତ କରାଯିବ। ପ୍ରୋଟେକ୍ଟ ଅଫ୍‌ ଓମେନ୍‌ ଫ୍ରମ୍‌ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ (୨୦୦୫) : ପୂର୍ବରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଥିଲେ ସ୍ବାମୀ ସ୍ତ୍ରୀଙ୍କୁ ବାହାର କରିଦେଉଥିଲେ। ସ୍ତ୍ରୀ ଏକୁଟିଆ ବା ବାପଘରେ ଯାଇ ରହୁଥିଲେ। କିନ୍ତୁ ବର୍ତ୍ତମାନ ଆଇନ ଅନୁସାରେ ଛାଡ଼ପତ୍ର ନ ହେବା ପର୍ଯ୍ୟନ୍ତ ସ୍ତ୍ରୀଙ୍କୁ ସ୍ବାମୀ ବା ତାଙ୍କ ପରିବାରର କେହି ବାହାର କରିପାରିବେ ନାହିଁ। କମ୍ପଲସରି ରେଜିଷ୍ଟ୍ରେଶନ୍‌ ଅଫ୍‌ ମ୍ୟାରେଜ ଆକ୍ଟ : କମ୍‌ ଦିନ ତଳେ ଏହି ଆଇନ ଲାଗୁ ହୋଇଛି, ଯେଉଁଥିରେ କି ବିବାହ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। କର୍ମଜୀବୀ ମହିଳା ୧୯୯୯ ରେ ହୋଇଥିବା ଏହି ଆଇନ ଅନୁସାରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଭୋଗୁଥିବା ମହିଳାମାନଙ୍କ ପାଇଁ ଅଭିଯୋଗ କମିଟି କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଇଥାଏ। ୨୦୦୪ରେ ପ୍ରଣୟନ କରାଯାଇଥିବା ଏକ ଆଇନ ଅନୁସାରେ ଯଦି ସ୍ବାମୀଙ୍କର ଦୁଇଜଣ ସ୍ତ୍ରୀ ରହିବେ ତେବେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କ ସମ୍ପତ୍ତିରୁ ଅଧିକାର ପାଇବା ସହିତ ତା’ର ପିଲାମାନେ ମଧ୍ୟ ସମ୍ପତ୍ତିରୁ ଅଧିକାର ପାଇପାରିବେ।
ମାନବ ଅଧିକାର କ୍ଷେତ୍ରରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ସହ ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସାମିଲ ପାଇଁ ସରକାର ସୁଯୋଗ ସୃଷ୍ଟି କରିଛନ୍ତି । ମହିଳାମାନଙ୍କ ମାନବ ଅଧିକାର ପ୍ରତିଷ୍ଠା ପାଇଁ ଗଣମାଧ୍ୟମରେ ସ୍ବତନ୍ତ୍ର ରିପୋର୍ଟିଂ ହେଉଥିବାରୁ ଏହା ସମସ୍ତଙ୍କ ଉପରେ ପ୍ରଭାବ ପକାଇପାରୁଛି। ତେଣୁ ମାନବ ଅଧିକାର ଦିବସ ଅବସରରେ ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ଭୂମିକାକୁ ସ୍ମରଣ କରିବାର ଦିନ।
ବରିଷ୍ଠ ଆଇନଜୀବୀ,
ଓଡ଼ିଶା ହାଇକୋର୍ଟ, କଟକ
soura999mohapatra@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri