ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷର ଆବଶ୍ୟକତା ରହିଛି। ବିଶେଷକରି ମହିଳାମାନେ ନିଜ ସାଥୀଙ୍କ ପାଖରେ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି:
ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା ଗୁଣ ଖୋଜିଥାନ୍ତି। ସାଥୀ ସରଳ ପ୍ରକୃତିର ହୁଅନ୍ତୁ ଏବଂ ତାଙ୍କଠାରେ ଦୟା ଭାବ ଥାଉ ବୋଲି ମହିଳା ଚାହାନ୍ତି।
ବୁଦ୍ଧି: ମହିଳାମାନେ ପୁରୁଷଙ୍କଠାରେ ଖୋଜୁଥିବା ଅନ୍ୟଏକ ଜିନିଷ ହେଉଛି ବୁଦ୍ଧି। ବୁଦ୍ଧିମାନର ଅର୍ଥ କେବଳ ଶିକ୍ଷା ଅଥବା ଡିଗ୍ରୀ ଥିବା ନୁହେଁ। ଅନେକ ପୁରୁଷ ଭଲ ଡିଗ୍ରୀ ବିନା ବୁଦ୍ଧିମାନ ହୋଇଥାନ୍ତି। ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି।
ଉଦାରତା: ଉଦାରତା ହେଉଛି ଅନ୍ୟ ଏକ ଗୁଣ ଯାହା ବହୁତ କମ୍ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ଯେଉଁ ପୁରୁଷଙ୍କର ଉଦାର ଭାବନା ଥାଏ ସେମାନଙ୍କୁ ମହିଳାମାନେ ଶୀଘ୍ର ପସନ୍ଦ କରନ୍ତି। ସହଜରେ ମହିଳାମାନେ ଏଭଳି ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।
ଆତ୍ମବିଶ୍ୱାସ- ଆତ୍ମବିଶ୍ୱାସ ହେଉଛି ଏକ ଗୁଣ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ମହିଳାମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ପୁରୁଷମାନଙ୍କୁ ପସନ୍ଦ କରନ୍ତି।
ବାସ୍ତବବାଦୀ: କୃତ୍ରିମତା ବା ଛଳନା ନ ଥିବା ପୁରୁଷଙ୍କୁ ଅଧିକାଂଶ ମହିଳା ପସନ୍ଦ କରନ୍ତି।