ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଜନଜାତି ରହିଛନ୍ତି। ସେମାନଙ୍କର ମଧ୍ୟ କିଛି ପରମ୍ପରା ରହିଛି। ପୂର୍ବ ଆଫ୍ରିକାରେ ରହୁଥିବା ମୁର୍ସି ଟ୍ରାଇବ୍ଙ୍କ କିଛି ଏପରି ପରମ୍ପରା ରହିଛି, ଯାହାକି ସମ୍ପୂର୍ଣ୍ଣ ଅଜବ। ସେମାନଙ୍କ ପରମ୍ପରାରେ ମହିଳାମାନଙ୍କୁ ଅସୁନ୍ଦର କରି ରଖାଯାଏ। ଫଳରେ ମହିଳାମାନେ ସମସ୍ତ ଖରାପ ନଜରରୁ ବଞ୍ଚତ୍ ପାରିବେ, ଯେଉଁଥିରେ କି ମହିଳାମାନଙ୍କ ଓଠ ଓ କାନକୁ କାଟି ସେଥିରେ ଏକ ଗୋଲାକାର କାଠ ଭର୍ତ୍ତି କରାଯାଇଥାଏ। ଏଥିରେ ମହିଳାଙ୍କ ଓଠ ଲମ୍ବା ହୋଇଯାଇଥାଏ। ମହିଳାମାନେ ମଧ୍ୟ ତାଙ୍କର ଏହି ପରମ୍ପରାକୁ ମାନିଥା’ନ୍ତି। ଝିଅକୁ ଯେତେବେଳେ ୧୫/୧୬ ବର୍ଷ ହୋଇଯାଏ, ସେବେ ଏହି ପରମ୍ପରା ପାଳନ କରାଯାଇଥାଏ। ଏଥିସହ ଏମାନେ ବହୁତ ହିଂସ୍ର ମଧ୍ୟ ହୋଇଥା’ନ୍ତି। ଯଦି କେହି ବିନାନୁମତିରେ ତାଙ୍କ ଅଞ୍ଚଳକୁ ପ୍ରବେଶ କରନ୍ତି, ତେବେ ଏମାନେ ତାଙ୍କୁ ମାରି ଦିଅନ୍ତି। ଏମାନେ ମାରିବା ପାଇଁ କାଠରେ ପ୍ରସ୍ତୁତ ପାରମ୍ପରିକ ଅସ୍ତ୍ରର ବ୍ୟବହାର କରିଥା’ନ୍ତି। ଆତ୍ମରକ୍ଷା ପାଇଁ ପଡ଼ୋଶୀ ଦେଶ ସୋମାଲିଆ ଓ ସୁଦାନରୁ ଏକେ ୪୭ ଭଳି ବିଭିନ୍ନ ବନ୍ଧୁକ ମଧ୍ୟ ଆଣିଥା’ନ୍ତି।