ମହିଳାଙ୍କୁ ୫ ବର୍ଷ ପାଇଁ ପାର୍କ ମନା, ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୨।୫: ଆମେରିକାର କଲରାଡୋ ସହରରେ ରହୁଥିବା ଜଣେ ମହିଳା ଛୋଟ ଡ୍ରେସ୍‌ ପିନ୍ଧିଥିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ବେଲି ବ୍ରିଡଲଭ ନାମକ ଏହି ମହିଳା ଥିମ୍‌ ପାର୍କରେ ବସିଥିଲେ। ଯେଉଁଠି କିଛି ସିକ୍ୟୁରିଟି ଗାର୍ଡ ତାଙ୍କ ଡ୍ରେସ୍‌କୁ ଛୋଟ କହିବା ସହ ନୂଆ ଡ୍ରେସ କିଣିବା ପାଇଁ ପରାମର୍ଶ ଦେଇଥିଲେ।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ସେ ଲେଖିଛନ୍ତି, କିଛିଦିନ ପୂର୍ବରୁ ମୁଁ ଓକେଲେହୋମା ସିଟି ଯାଇଥିଲି। ମୋତେ ଲାଗିଲା କରୋନା ସମୟ ଚାଲିଥିବାରୁ କିଛିଦିନ ପରେ ଟିକେ ବାହାରକୁ ଯାଇ ବୁଲି ଆସିବୁ। ତେଣୁ ଲୋକେସନ ଆପ୍‌ ୟୁଜ୍‌ କରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଫଲୋ କରି ଖୁବ୍‌ ମଜା କରିବୁ। ମାତ୍ର ଏହା ଆମ ପାଇଁ ସବୁଠୁ ଖରାପ ଅନୁଭୂତି ଥିଲା।

ବେଲି ଆହୁରି ଲେଖିଛନ୍ତି, ଓକେଲେହାମା ସହରର ଫ୍ରଣ୍ଟିୟର ଥିମ୍‌ ପାର୍କରେ ସନ୍ଧ୍ୟା ପ୍ରାୟ ୫ଟାରେ ପହଞ୍ଚିଥିଲେ। ଏଠାରେ ସେ ଟିଟେଟ୍‌ ଏବଂ ପାର୍କିଂ ବାବଦକୁ ଅଧିକ ଅର୍ଥ ମଧ୍ୟ ଦେଇଥିଲେ। ସେ ୫ଟାରେ ପହଞ୍ଚିବା ପରେ ତାଙ୍କୁ ଠିକ୍‌ ଭାବରେ ସ୍ବାଗତ ବି କରାଯାଇଥଲା। ମାତ୍ର ସନ୍ଧ୍ୟା ୭ଟାରେ ତାଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିଲା ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି।

ସେ ଲେଖିଛନ୍ତି, ସନ୍ଧ୍ୟା ୭ଟାରେ ଜଣେ ସିକ୍ୟୁରିଟିଗାର୍ଡ ମୋ’ ଝିଅ ଉପରେ ପାଟି କରିବାରେ ଲାଗିଲେ। କାରଣ ସେ ଡିଆଁଡେଇଁ କରି ପାର୍କରେ ଖେଳୁଥିଲା। ଏହା ପରେ ଏହି ବ୍ୟକ୍ତିଜଣକ ମୋ’ ନିକଟକୁ ଆସି ମୋ’ ହାତ ଧରିଲେ। ପରେ କହିଲେ ତୁମ ଡ୍ରେସ୍‌ ବହୁତ ଛୋଟ। କିନ୍ତୁ ମୁଁ ତାଙ୍କ କଥାକୁ ଧ୍ୟାନ ନ ଦେଇ ମୋ’ ସ୍ବାମୀଙ୍କ ନିକଟକୁ ଚାଲିଗଲି। ଏହା ପରେ ଜଣେ ଲେଡି ଅଫିସର ବଡ଼ ପାଟିରେ ଡାକ ପକାଇଲେ। ପରେ ପାର୍କର ମ୍ୟାନେଜର ମୋ’ ନିକଟରେ ପହଞ୍ଚି ମୋତେ ଏହି ଏପରି ଡ୍ରେସ ଚେଞ୍ଜ୍‌ କରିବା ସହ ନୂଆ ଡ୍ରେସ୍‌ ପିନ୍ଧିବାକୁ କହିଥିଲେ। ମୁଁ ମନା କରିବାରୁ ମୋତେ ପାର୍କରୁ ତୁରନ୍ତ ବାହାରି ଯିବାକୁ କହିଥିଲେ। ଖାଲି ଏତିକି ନୁହେଁ, ପାର୍କର ନିୟମ ଭାଙ୍ଗିବା ଅଭିଯୋଗରେ ମୋତେ ୫ ବର୍ଷ ପର୍ଯ୍ୟନ୍ତ ପାର୍କ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋ’ ସହିତ ଯାହା କିଛି ଘଟିଛି ମୁଁ କୋର୍ଟ ଯିବି। ପାର୍କ କର୍ତ୍ତୃପକ୍ଷ ତାଙ୍କୁ ସମସ୍ତ ଅର୍ଥ ଫେରାଇବା ପାଇଁ ସେ ଦାବି କରିଛନ୍ତି।

Share