ଭାଜପା ସରକାରରେ ମହିଳା ଅସୁରକ୍ଷିତ:ନବୀନ

ଭୁବନେଶ୍ୱର,୨୮ା୯(ଅନୀଲ ଦାସ):ଦରଦାମ୍‌ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ଭାଜପା ସରକାର ବିଫଳ ହୋଇଛି। ସରକାରର ବିଫଳତା ଆଜି ସବୁଆଡ଼େ ନିରାଶା ସୃଷ୍ଟି କରିଛି। ମହିଳାମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଏପରି କି ସରକାରୀ କର୍ମଚାରୀମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି।
ଶୁକ୍ରବାର ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି, ମିଛ କାହାଣୀ କହି ଭାଜପା ନିର୍ବାଚନରେ ଜିତିଛି। ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ। ତେବେ ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ। ଅକ୍ଟୋବର ୬ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହେବ। ପୂଜା ପରେ ଅକ୍ଟୋବର ୨୧ରୁ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ। ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ରୁ ଡିସେମ୍ବର ୯ ତାରିଖ ୨ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ କାର୍ଯ୍ୟ କରିବା ପାଇଁ ନବୀନ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବିଜେଡି ସମନ୍ବୟ କମିଟିର ମୁଖ୍ୟ ଦେବୀ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଗଣେଶ୍ୱର ବେହେରା, ଚନ୍ଦ୍ରଶେଖର ସାହୁ, ସୁଦାମ ମାର୍ଣ୍ଡି, ବିକ୍ରମ ଆରୁଖ, ଅଶୋକ ପଣ୍ଡା, ବଦ୍ରୀ ପାତ୍ର, ଦେବୀରଞ୍ଜନ ମିଶ୍ର, ଦୀପାଳି ଦାସ ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ, କାର୍ଯ୍ୟରତ ସମୟରେ ଦେହାନ୍ତ ହେଲେ ମିଳିବ…

ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ...

ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….

ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ...

ଲୋକସେବା ଭବନରେ କେତେଟା ରାତି ଯାଏ ରୁହନ୍ତି ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୮ା୯:ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଜିଲାପାଳ ଓ ଏସପି ସମ୍ମିଳନୀରେ...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

ହୋମଗାର୍ଡଙ୍କ ମତ୍ୟୁ ପରେ ପରିବାରର ଜଣଙ୍କୁ ମିଳିବ…

ଭୁବନେଶ୍ୱର,୨୮ା୯ ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଏହି ଅବସରରେ ବିଗତ...

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୮ା୯: ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର...

ଅନାହାରରେ ଆଖିବୁଜିଲେ ମା’, ବସୁନ୍ଧରା ଗଲେ ନାବାଳିକା ଝିଅ

ନିଶ୍ଚିନ୍ତକୋଇଲି,୨୮।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ନାଟକାଇ ଗ୍ରାମରେ ଅନାହାରରେ ମହିଳା ମୁତ୍ୟୁବରଣ କରିଛନ୍ତି। ପରେ ତାଙ୍କ ନାବାଳିକା ଝିଅକୁ ସିଡିପିଓ ସତ୍ୟଭାମା ବିଶୋଇ...

ବବିଙ୍କ ଉପରେ ଆଉ ପାଉନି କି ନବୀନଙ୍କ ଭରସା, କମିଟି ତାଲିକାରୁ ହଟିଲା ନାଁ

ଭୁବନେଶ୍ୱର,୨୮ା୯: ବିଜେଡିର ପରାଜୟ ପରେ ଦଳର ପୁରୁଖା ନେତାମାନେ ଏହାର କାରଣ ଖୋଜି ଚାଲିଛନ୍ତି। ଅନ୍ୟପକ୍ଷରେ ଦଳର ମୁଖିଆ ମଧ୍ୟ ସମସ୍ତଙ୍କୁ ଏହାର ହିସାବ ମାଗୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri