Categories: ଜାତୀୟ

ମହିଳାମାନେ ସେମାନଙ୍କ ମା’ କିମ୍ବା ଶାଶୁଙ୍କ ଦାସ ନୁହନ୍ତି: ହାଇକୋର୍ଟ

ଥିରୁବନନ୍ତପୁରମ୍‌,୨୦।୧୦: ମହିଳାମାନଙ୍କୁ ନେଇ କେରଳ ହାଇକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ମହିଳାମାନେ ମା’ କିମ୍ବା ଶାଶୁଙ୍କର ଦାସ ନୁହନ୍ତି ବୋଲି କୋର୍ଟ କହିଛନ୍ତି। ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ପାରିବାରିକ କୋର୍ଟର ଆଦେଶକୁ ମଧ୍ୟ ହାଇକୋର୍ଟ ସମାଲୋଚନା କରିଛନ୍ତି।

ହାଇକୋର୍ଟର ଜଷ୍ଟିସ୍‌ ଦେବନ୍‌ ରାମଚନ୍ଦ୍ରନ କହିଛନ୍ତି, ଥ୍ରିସୁରର ଏକ ପରିବାର କୋର୍ଟ ଜଣେ ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ମହିଳାଙ୍କ ଅଭିଯୋଗକୁ ସାଧାରଣ ବୋଲି କୋର୍ଟ କହିଥିଲେ। ଏଥିସହ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ସେମାନଙ୍କର ମତଭେଦକୁ ଭୁଲି ବୈବାହିକ ଜୀବନର ପବିତ୍ରତା ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଏହି ଆଦେଶ ସମସ୍ୟାଜନକ ବୋଲି ହାଇକୋର୍ଟ ମତ ରଖିଛନ୍ତି।

ମହିଳାଜଣଙ୍କ କୋଟରାକାରାର ଏକ ପରିବାର ଅଦାଲତରେ ବିଚାରାଧୀନ ଥିବା ତାଙ୍କର ଛାଡ଼ପତ୍ର ଆବେଦନକୁ ଥାଲେସେରୀର ଏକ ପରିବାର କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କାରଣ ସେଠାକୁ ସେ ତାଙ୍କ ସନ୍ତାନ ସହ ଚାକିରି ପାଇଁ ଚାଲିଯାଇଛନ୍ତି।

Share