‘ସରକାରୀ ଯୋଜନାର ସୁବିଧା ନେଇ ସ୍ବାବଲମ୍ବୀ ହୋଇପାରିବେ ମହିଳା’

ଭଦ୍ରକ ଅଫିସ,୭।୩: ବିଭିନ୍ନ ସରକାରୀ ଯୋଜନାର ସବ୍‌ସିଡି ବ୍ୟବସ୍ଥା ରହିଛି। ଏହାର ସୁଯୋଗ ନେଇ ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନେ ଉଦ୍ୟୋଗୀ ହୋଇ ସ୍ବାବଲମ୍ବୀ ହୋଇପାରିବେ। ଏଥିସହ ଅନ୍ୟମାନଙ୍କୁ କର୍ମନିଯୁକ୍ତି ଦେଇ ରୋଜଗାରକ୍ଷମ କରିପାରିବେ ବୋଲି ଭଦ୍ରକ ଜିଲାସ୍ତରୀୟ ୫ଦିନିଆ ଉଦ୍ୟୋଗୀ ସପ୍ତାହ ଉଦ୍‌ଘାଟନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭଦ୍ରକ କଲେଜ ପଡ଼ିଆରେ ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ପୀତାମ୍ବର ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଏବଂ ଅନ୍ୟତମ ଅତିଥି ଭାବେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍ୟୋଗୀ ମେଳାରେ ଜିଲାର ବିଭିନ୍ନ ବ୍ଲକର ମହିଳା ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ୬୦ଟି ଷ୍ଟଲ କରାଯାଇଛି। ଅତିଥିମାନେ ଷ୍ଟଲ ପରିଦର୍ଶନ କରି ବିଭିନ୍ନ ଉତ୍ପାଦନ ବିଷୟରେ ମହିଳାମାନଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ୭ଜଣ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଳ୍ପ ବିକାଶ ଅଧିକାରୀ ଶଶୀଶେଖର ବେହେରା ମଞ୍ଚ ପରିଚାଳନା କରିଥିଲେ। ଶିଳ୍ପ ବିକାଶ ଅଧିକାରୀ ବିଶ୍ୱଜିତ ସାମଲ, ଇଣ୍ଡଷ୍ଟ୍ରିଆଲ ସୁପରଭାଇଜର ରଶ୍ମିରଞ୍ଜନ ସାହୁ, ସହକାରୀ ପରିଚାଳକ ସୂର୍ଯ୍ୟକାନ୍ତ ବେହେରା, ଖଦିବୋର୍ଡର ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ସେଠୀ, ସିନୟର ଆସିଷ୍ଟାଣ୍ଟ ସଞ୍ଜୟ ଦାସ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସମ୍ପାଦକ ସୁଶାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ।