ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ: ଅଭ୍ୟୁଦୟ

ଭୁବନେଶ୍ୱର,୫।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଯାଜପୁର ୟୁନିଟ୍‌ (ପ୍ଲାଣ୍ଟ) ସୁରକ୍ଷା ବିଭାଗର କମାଣ୍ଡୋ ଟିମ୍‌ ସଦସ୍ୟା ସାଗରିକା ସୋରେନଙ୍କୁ ‘ଲିଙ୍ଗ ଓ ବିବିଧତା’ ବର୍ଗରେ ସମ୍ମାନଜନକ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ଷ୍ଟିଲ୍‌ ଆସୋସିଏସନ (ଆଇଏସ୍‌ଏ) ପକ୍ଷରୁ ନୂଆଦିଲ୍ଲୀ ଠାରେ ୨ ଦିନିଆ ଭାରତୀୟ ଇସ୍ପାତ ସମ୍ମିଳନୀ/ ଏସଏ ଷ୍ଟିଲ୍‌ କନ୍‌କ୍ଲେଭର ୫ମ ସଂସ୍କରଣ ବୁଧବାରଠାରୁ ଆୟୋଜିତ ହୋଇଛି। ଏହି ଅବସରରେ ସାଗରିକା ସୋରେନଙ୍କୁ ଇସ୍ପାତ ସଚିବ ନଗେନ୍ଦ୍ରନାଥ ସିହ୍ନା ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ସେହିଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ ସାହସ ଓ ସଂକଳ୍ପ ଦେଖାଇଥିବା ସାଗରିକାଙ୍କୁ କେନ୍ଦ୍ର ଭାରି ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସାଗରିକାକୁ ଜୁରି ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଅନେକଙ୍କ ପାଇଁ ପ୍ରେରଣା ସାଜିଥିବା ସାଗରିକାଙ୍କୁ ତାଙ୍କ ନେତୃତ୍ୱ ଓ ଅଗ୍ରଣୀ ମାନସିକତା ପାଇଁ ଏହି ପୁରସ୍କାର ଦିଆଯାଇଛି। ଏପରିକି ଆଇଏସ୍‌ଏ ପକ୍ଷରୁ ସାଗରିକାଙ୍କୁ ଉକ୍ତ ପୁରସ୍କାର ମିଳିବା ଆମ ପାଇଁ ଏକ ଗୌରବର ବିଷୟ ହୋଇଥିଳାବେଳେ ତାଙ୍କ ନିଷ୍ଠା, ନେତୃତ୍ୱ ଓ ସାହସ ବେଶ୍‌ ପ୍ରେରଣାଦାୟକ । ସେହିଭଳି ଆମେ ବିଶ୍ୱାସକରୁ ଯେ ସୁଯୋଗ ମିଳିଲେ ମହିଳାମାନେ ବହୁ ଆଗକୁ ଯାଇପାରିବେ। ଏପରିକି ଆମେ ଏପରି ଏକ କର୍ମକ୍ଷେତ୍ର ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ,ଯେଉଁଠି ମହିଳାମାନେ ସଶକ୍ତ ହୋଇ ଲକ୍ଷ୍ୟ ହାସଲ କରିବା ସହ ସକାରାତ୍ମକ ପ୍ରଭାବ ମଧ୍ୟ ଆଣିପାରିବେ। ଅପରପକ୍ଷରେ ସାଗରିକା କହିଛନ୍ତି, ଏହି ପୁରସ୍କାର ପାଇବା ମୋ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିଲାବେଳେ ପୃଷ୍ଠଭୂମି ନିର୍ବିଶେଷରେ ମହିଳାମାନେ ଯେକୌଣସି କ୍ଷେତ୍ରରେ ଉତ୍କଷ୍ଟ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

ସର୍ବଭାରତୀୟ ସ୍ତରରେ ସେବା ଦିବସ ପାଳିତ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ: ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ,୨୩।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ (ସଙ୍ଗଠନ) ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ଏବଂ...

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ଜିଓର ଦୀପାବଳି ଅଫର, ମାତ୍ର ଏତିକି ଟଙ୍କାରେ ମିଳିବ ଅନଲିମିଟେଡ ୫ଜି ଡାଟା

ନୂଆଦିଲ୍ଲୀ,୨୩।୧୦: ଦେଶର ଲୋକପ୍ରିୟ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଦୀପାବଳି ଅଫର ଭାବରେ ମାଗଣା ଇଣ୍ଟରନେଟ ସୁବିଧା ଯୋଗାଉଛି। ଏହାପୂର୍ବରୁ ସେପ୍ଟେମ୍ବରରେ କମ୍ପାନୀ ଏୟାରଫାଇବର ସହିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍‌ ଇନ୍‌ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି...

ଖସିଲା ଶେୟାର ବଜାର

ମୁମ୍ବାଇ,୨୩।୧୦: କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ...

ଓଡ଼ିଶା ବଜାରରେ ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି)...

ଲାଇଫ୍‌ ଷ୍ଟାଇଲର ଅଲ୍‌ ନ୍ୟୁ କଲେକ୍ସନ

ନୂଆଦିଲ୍ଲୀ,୨୩।୧୦: ଲାଇଫ୍‌ଷ୍ଟାଇଲ୍‌’ର ଅଲ ନ୍ୟୁ କଲେକ୍ସନର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଚଳିତ ପାର୍ବଣ ଋତୁର ସ୍ବତନ୍ତ୍ର ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri