ମହିଳାମାନେ ଟପ୍‌ଲେସ୍‌ ହୋଇ ବୁଲିପାରିବେ: ସମର୍ଥନ କଲେ ଗୃହମନ୍ତ୍ରୀ !

ପ୍ୟାରିସ୍‌, ୨୭।୮: ଫ୍ରାନ୍ସ୍‌ରେ ସମୁଦ୍ର କୂଳରେ ଟପ୍‌ ଲେସ୍‌ ହୋଇ ବୁଲିବା ଆଇନର ଉଲ୍ଲଂଘନ ନୁହେଁ। ଏହା ନାଗରିକ ଅଧିକାର ଅନ୍ତର୍ଗତ। ଏହାକୁ କେହି ବାରଣ କରିପାରିବେ ନାହିଁ। ଫ୍ରାନ୍ସ୍‌ର ଗୃହମନ୍ତ୍ରୀ ଗର୍ଲାଡ ଡାରମାନିନ୍‌ ମହିଳାଙ୍କୁ ସମର୍ଥନ କରି ଏଭଳି କହିଛନ୍ତି। କିଛି ଦିନ ତଳେ ସେଣ୍ଟ୍‌-ମେରୀ-ଲା-ମେର ସମୁଦ୍ର କୂଳରେ ୩ ଜଣ ମହିଳା ଟପ୍‌ ଲେସ୍‌ ହୋଇ ସନ୍‌ ବାଥ୍‌ ନେଉଥିଲେ। ଏହାକୁ ବିରୋଧ କରି କିଛି ପୋଲିସ ସେମାନଙ୍କୁ ଶରୀରକୁ ଢାଙ୍କିବା ପାଇଁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହା ମହିଳା ଅଧିକାର ପ୍ରସଙ୍ଗ ପାଲଟି ଥିଲା। ଦେଶ ବ୍ୟାପୀ ମହିଳାଙ୍କ ସମର୍ଥନରେ ପ୍ରଦର୍ଶନ କରାଯାଇଥିଲା। ଶେଷରେ ଗୃହମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ମହିଳାଙ୍କୁ ସମର୍ଥନ କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ତେବେ ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ୟୁଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଫ୍ରାନ୍ସ୍‌ରେ ଟପ୍‌ଲେସ୍‌ ସଂସ୍କୃତି ଆରମ୍ଭ ହୋଇଥିବା ୟୁଜର ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Share