Advertisement

ବିପଜ୍ଜନକ ସ୍ଥିତିରେ କାମ କରୁଛନ୍ତି ମହିଳା ବିଡ଼ି ଶ୍ରମିକ

ଏମ୍‌ଭି ୭୯,୪।୩(ଡି.ଏନ୍‌.ଏ.): ଏବେ ପ୍ରତ୍ୟେକ ଜିନିଷର ଦାମ ବଢୁଥିବା ବେଳେ ବିଡ଼ି ଦାମ କମୁଛି । ହଜାରେ ବିଡ଼ି ପାଇଁ ମିଳୁଛି ୧୨୦ଟଙ୍କା। ଟଙ୍କା ପାଇଁ ମାରାତ୍ମକ ନିଶାଦ୍ରବ୍ୟ ତିଆରି କରୁଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଲକର ବିଭିନ୍ନ ଅଞ୍ଚଳର କେତେକ ପରିବାର। ବିଶେଷକରି ମହିଳାମାନେ ବିଡ଼ି ବାନ୍ଧୁଛନ୍ତି। ହାତରେ କୁଲା, କେନ୍ଦୁପତ୍ର, ତମାଖୁ ଓ ସୂତା ଧରି ବିଡ଼ି ତିଆରି କରୁଛନ୍ତି। ଏଭଳି ନିଶାଦ୍ରବ୍ୟ ତିଆରି ବେଳେ ସେମାନେ ମୁହଁରେ ମାସ୍କ କିମ୍ବା ହାତରେ ଗ୍ଲୋବ୍ସ ବ୍ୟବହାର କରୁନାହାନ୍ତି। ପେଟପାଟଣା ପାଇଁ ନିଜ ଜୀବନକୁ ସେମାନେ ଏପରି ବାଜି ଲଗାଉଥିବା ଜଣାପଡ଼ିଛି। ମାଲକାନଗିରି ଜିଲାର ହଜାର ହଜାର ସଂଖ୍ୟାରେ ମହିଳା ଏଥିରେ ନିୟୋଜିତ ହେଉଛନ୍ତି। ପ୍ରତିଦିନ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିବା, ଏହାକୁ ଶୁଖେଇବା ଓ କାଟିବା ପରେ ବିଡ଼ି ବାନ୍ଧୁଛନ୍ତି। ପ୍ରତିବଦଳରେ ହଜାରେ ବିଡ଼ି ପାଇଁ କମ୍ପାନୀ ସେମାନଙ୍କୁ ଦେଉଛି ମାତ୍ର ୧୨୦ଟି ଟଙ୍କା। ଅର୍ଥ ରୋଜଗାର କରିବାର ଅନ୍ୟ ବିକଳ୍ପ ନ ଥିବାରୁ ଏହାର ଫାଇଦା ବିଡ଼ି କମ୍ପାନୀ ମାଲିକମାନେ ଉଠାଉଛନ୍ତି। ମାଲିକମାନେ ଶ୍ରମିକମାନଙ୍କୁ କେବଳ ତମାଖୁ ଏବଂ ସୂତା ଯୋଗାଇଥାଆନ୍ତି।ସରକାର ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share