ଯେତେ ପ୍ରକାର ରୋଗ ବଢୁଛି, ଚିକିତ୍ସା ବିଜ୍ଞାନରେ ସେତେ ଅଧିକ ଅଗ୍ରଗତି ହୋଇଛି। ପ୍ରାୟ ସମସ୍ତ ରୋଗର ଚିକିତ୍ସା ବର୍ତ୍ତମାନ ସମ୍ଭବ ହୋଇଛି। କିନ୍ତୁ ବେଳେବେଳେ ଏପରି କିଛି ଚମତ୍କାର ଘଟେ, ଯାହା ପ୍ରକୃତି ଏବଂ ଭଗବାନଙ୍କ ଉପରେ ଲୋକଙ୍କ ବିଶ୍ୱାସ ବଢିଯାଏ। ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ଦାବି କରିଛନ୍ତି ଯେ ସେ ଭଗବାନଙ୍କୁ ଭେଟିଛନ୍ତି। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହାର ପ୍ରମାଣ ଡାକ୍ତରଙ୍କୁ ଦେଇଛନ୍ତି।
ପେନି ୱିଥ୍ବ୍ରୋଡ୍ ନାମକ ଜଣେ ମହିଳା ହଠାତ୍ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ। ତାଙ୍କ ପରିବାର ସଦସ୍ୟ ତାଙ୍କୁ ଏକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେ କୋମାକୁ ପଳାଇଥିଲେ। ତାଙ୍କୁ ଅକ୍ସିଜେନ୍ ସହାୟତାରେ ରଖାଯାଇଥିଲା।
ଏହି ସମୟରେ ହଠାତ୍ ସେ କୋମାରୁ ବାହାରି ଆସି ଦାବି କରିଥିଲେ ଯେ, ସେ କୋମାକୁ ଯିବା ପରେ ଭଗବାନଙ୍କୁ ଭେଟିଛନ୍ତି। ତାଙ୍କ ଦାବିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ସେ ଏକ ଉଜ୍ଜ୍ୱଳ ଆଲୋକ ଦେଖିଲେ ଏବଂ ପରେ ଭଗବାନ ତାଙ୍କ ସାମ୍ନାରେ ଦେଖାଗଲେ। ଏହାପରେ ମହିଳା ଭଗବାନଙ୍କୁ ତାଙ୍କ ସଂଘର୍ଷ ଏବଂ ପରିବାରର ଦୁଃଖ ବିଷୟରେ ଜଣାଇଥିଲେ। ଭଗବାନ ଏହାର ଉତ୍ତର ଦେଇ କହିଥିଲେ, ଏହି ଯନ୍ତ୍ରଣା ପରବର୍ତ୍ତୀ ସମୟରେ ଖୁସି ଆଣିବ। କୋମାରୁ ଫେରିବା ପରେ ନର୍ସ ଜଣଙ୍କ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।