Categories: ଜାତୀୟ

ବୋହୂକୁ ଘରକୁ ଫେରାଇ ଆଣିବା ପାଇଁ ଏପରି କଲେ ଶାଶୁ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ରାଞ୍ଚି, ୧୮।୮: ବୋହୂ ଘର ଛାଡି ଚାଲିଯିବାରୁ ଶାଶୂ ନିଜ ଜିଭ କାଟି ଭଗବାନଙ୍କ ପାଖରେ ଚଢ଼ାଇଛନ୍ତି। ଏପରି କରିବା ଦ୍ୱାରା ବୋହୂ ପୁଣିଥରେ ଘରକୁ ଫେରିଆସିବେ ବୋଲି ଶାଶୁଙ୍କର ବିଶ୍ୱାସ। ଏପରି ଘଟଣା ଘଟିଛି ଝାରଖଣ୍ଡର ଜାମସେଦପୁର ଆର୍‌ଆଇଟି ଥାନା ଅଞ୍ଚଳରେ।
ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ଜଣେ ବୋହୂ ଶୌଚ ହେବା ବାହାନାରେ ନିଜର ଦେଢ଼ ବର୍ଷର ଝିଅକୁ ସାଙ୍ଗରେ ନେଇ ଘରଛାଡ଼ି ପଳାଇଥିଲେ। ସେ ନିଜ ପ୍ରେମୀଙ୍କ ସହ ପଳାଇଥିବା ପରେ ଜଣାପଡ଼ିଲା। ଏହା ଜାଣିବା ପରେ ବୋହୂ ଘରକୁ ଫେରିଆସିବ ବୋଲି ଶାଶୁ ନିଜର ଜିଭକୁ କାଟି ଭଗବାନଙ୍କୁ ଚଢ଼ାଇଛନ୍ତି। ଏହା ପରେ ଶାଶୁଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଉକ୍ତ ଅଞ୍ଚଳରୁ ଯେତେବେଳେ କେହି ଘର ଛାଡି ପଳାଇ ଯାଆନ୍ତି ପରିବାରର କେହି ସଦସ୍ୟ ଜିଭ କାଟି ଭଗବାନଙ୍କ ପାଖରେ ଚଢ଼ାଇଲେ ସେ ପୁଣିଥରେ ଫେରିଆସନ୍ତି ବୋଲି ସେଠାକାର ଲୋକଙ୍କର ବିଶ୍ୱାସ ରହିଛି।

Share