Advertisement

ଅଫିସରେ ସକାଳ ୬ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ମହିଳା କର୍ମଚାରୀ କରିପାରିବେ କାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ, ୨୮।୫ : ମହିଳାଙ୍କ ସୁରକ୍ଷା ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, କୌଣସି ମହିଳାଙ୍କ ସହମତି ବିନା ତାଙ୍କୁ ସକାର ୬ ପୂର୍ବରୁ କିମ୍ବା ସନ୍ଧ୍ୟା ପରେ କାମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ।

ଯଦି ଏଭଳି ହୁଏ ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କର ପରିବହନ, ଭୋଜନ ଏବଂ ପର୍ଯ୍ୟବେକ୍ଷଣ ଖର୍ଚ୍ଚ ପ୍ରଦାନ କରାଯିବ। କୌଣସି ବିଶେଷ ପରିସ୍ଥିତିରେ ମହିଳା କର୍ମଚାରୀଙ୍କୁ ଯଦି ଅଫିସରରେ ରୋକାଯାଏ ତେବେ ଲିଖିତ ଅନୁମତି ନେବାକୁ ପଡ଼ିବ।

ସରକାରୀ ମାର୍ଗ ଦର୍ଶିକା ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share