ମହିଳା ସଶକ୍ତୀକରଣ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର: ନବୀନ

ଭୁବନେଶ୍ୱର,୨୩।୭(ଅନିଲ ଦାସ): ମହିଳା ସଶକ୍ତୀକରଣ ଆମ ପାଇଁ ଏକ ସ୍ଲୋଗାନ ନୁହେଁ, ଏହା ଆମ ପ୍ରଗତିର ମନ୍ତ୍ର । ମୁଁ ସବୁବେଳେ କହି ଆସିଛି ଆଉ ମୋର ଦୃଢ଼ ବିଶ୍ବାସ ଯେ ମା’ମାନଙ୍କ ସଶକ୍ତୀକରଣ ବିନା କୌଣସି ସମାଜ, ରାଜ୍ୟ ବା ଦେଶ କେବେ ଆଗକୁ ଯାଇପାରିବ ନାହିଁ। ଶନିବାର ଶଙ୍ଖଭବନଠାରେ ଅନୁଷ୍ଠିତ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ମହିଳା କର୍ମୀମାନଙ୍କୁ ସ୍ବାଗତ ଜଣାଇ ସଭାପତି କହିଛନ୍ତି ଯେ ଖୁସିର କଥା, ଆଜି ଆମ ଓଡ଼ିଶାର ମା’ମାନେ ସଶକ୍ତ ହୋଇଛନ୍ତି। ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ଦୃଶ୍ୟମାନ ହୋଇଛି। ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ଅଂଶୀଦାର ଓ ଭାଗୀଦାର । ମା’ମାନେ ଏବେ ଗାଁ ଗାଁରେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ଆଜି ମା’ମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି। ଧାନ ସଂଗ୍ରହ ହେଉ ବା ସହରରେ ଆହାର କେନ୍ଦ୍ର ପରିଚାଳନା, ବିଦ୍ୟୁତ୍‌ ମିଟର ରିଡିଂ, ଜଳ ସାଥୀ ଆଦି ସବୁ ଦାୟିତ୍ୱ ମା’ମାନେ ବହୁତ ଭଲ ଭାବରେ ବୁଝୁଛନ୍ତି। ମିଶନ ଶକ୍ତି କାଫେ ଏବେ ସାରା ରାଜ୍ୟରେ ପୁଷ୍ଟିର ବାର୍ତ୍ତା ଦେଉଛି। ସବୁ ଭଲ କାମରେ ସେମାନେ ଆଗରେ ରହିଛନ୍ତି। ଗତ ବର୍ଷ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ୨୫୦ କୋଟିରୁ ଅଧିକ ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏବେ ମା’ମାନଙ୍କ ଯାତାୟାତ ସୁବିଧା ପାଇଁ ସ୍କୁଟର ଯୋଜନା ଆରମ୍ଭ କରିବାକୁ ଯାଉଛୁ। ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ମା’ମାନଙ୍କ ଯିବା ଆସିବା ବିକାଶରେ ଆହୁରି ଶକ୍ତି ଆଣିବ।
ମିଶନ ଶକ୍ତିକୁ ଏବେ ଆମେ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ କରିଛୁ। ମା’ମାନଙ୍କୁ ଉଦ୍ୟୋଗୀ କରିବା ପାଇଁ କାମ ଆରମ୍ଭ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନାରୀ ଅଧିକାର। ଯଦିଓ ମହିଳାମାନେ ତୃଣମୂଳ ସ୍ତରରେ ସଶକ୍ତ ହୋଇଛନ୍ତି ସେମାନେ ରାଜ୍ୟ କିମ୍ବା ଜାତୀୟସ୍ତରରେ ସେତେଟା ଦୃଶ୍ୟମାନ ହେଉନାହାନ୍ତି। ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବାକୁ ଆମେ ସର୍ବଦା ସ୍ବର ଉତ୍ତୋଳନ କରି ଆସିଛୁ। ବିଜୁ ଜନତା ଦଳ ମହିଳାଙ୍କ ଅଧିକାର ପାଇଁ ଗାଁରୁ ପାର୍ଲାମେଣ୍ଟ ଯାଏ ସର୍ବଦା ଉତ୍‌ଥାପନ କରିବ ବୋଲି ନବୀନ କହିଛନ୍ତି। ଏଥିସହିତ ବିକାଶର ବାର୍ତ୍ତା ସହ ଲୋକଙ୍କର ସଶକ୍ତୀକରଣ ବିଷୟକୁ ଗ୍ରାମ ଓ ସହରର ପ୍ରତ୍ୟେକ ଘରେ ପହଞ୍ଚାଇବାକୁ ବିଜେଡି ସଭାପତି ମହିଳା କର୍ମକର୍ତ୍ତାକୁ ଆହ୍ବାନ କରିଛନ୍ତି।
ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାର୍ଯ୍ୟକାରିଣୀରେ ଅଧ୍ୟକ୍ଷତା କରି କହିଛନ୍ତି, ବିଜେଡି ତୃଣମୂଳ ସ୍ତରରେ ଆହୁରି ମଜଭୁତ ହେବ । ବୈଠକରେ ରାଜନୈତିକ ପ୍ରସ୍ତାବ ଆଗତ ହୋଇଛି। ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ନେଇ ଲୋକଙ୍କ ପାଖରେ ପହଞ୍ଚିବୁ । ୫-ଟି ରୂପାନ୍ତରରେ ଶିକ୍ଷାର ବିକାଶ ଘଟିଛି । ବିଏସ୍‌କଓ୍ବୋଇ ଏକ ଯୁଗାନ୍ତକାରୀ ଯୋଜନା। ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଅଧିକ ମହିଳା ସଶକ୍ତ ହୋଇଛନ୍ତି । ସଂଗଠନକୁ ସୁଦୃଢ଼ କରିବାକୁ ଓ୍ବାର୍ଡ କମିଟି, ପଞ୍ଚାୟତ କମିଟି, ବ୍ଲକ କମିଟି କରାଯିବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି। ଏହି କାର୍ଯ୍ୟକାରିଣୀରେ ମନ୍ତ୍ରୀ, ଦଳର ଏମ୍‌ପି, ବିଧାୟିକା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri